ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁରକୁ ମାରିଲା ଫେରାର୍ ଜ୍ୱାଇଁ

Published By : Prameya-News7 Bureau | March 29, 2024 IST

ନାରାୟଣପାଟଣା ୨୯/୦୩: ପାରିବାରିକ କଳହର କରୁଣ ପରିଣତି । ଶ୍ୱଶୁରକୁ ଛୁରି ଭୁସି ମାରିଲା ଜ୍ୱାଇଁ । ନାରାୟଣପାଟଣାରେ ଘଟିଛି ଅଭାବନୀୟ ଘଟଣା । ଶୁରକୁ ଛୁରି ଭୁସି ହତ୍ୟା କରିବା ପରେ ଫେରାର ହୋଇଯାଇଛି ଜ୍ୱାଇଁ । 


ସୂଚନା ଥାଉକି, ନାରାୟଣପାଟଣା ଥାନା ବାସନପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଶ୍ୱଶୁର ରାମଚନ୍ଦ୍ର ହୁଲୁକାଙ୍କୁ ଜ୍ୱାଇଁ ସାତୁ ପ୍ରାସ୍କା ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ଜଣାପଡିନି । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ବୋଲି ପୋଲିସ ଜାଣିବାକୁ ପାଇଛି । ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ । 



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.