News7 Logo

ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା, ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ

NEWS7
chandi

କଟକ ୧୪/୦୯ : ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଷୋଡଶ ଦିନାତ୍ମକ ପୂଜା ବିଧି । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ମା ଗଡଚଣ୍ଡୀଙ୍କ ପୀଠରେ ସହସ୍ର କୁମ୍ଭାଭିଷେକ, ଘଟ ସ୍ଥାପନ କରାଯାଇ ମା ଙ୍କୁ ଆବାହନ କରାଯାଇଛି । ନଦୀରୁ ଜଳ କଳସ ଆଣି ମାଙ୍କ ପୀଠରେ ସ୍ଥାପନା କରାଯାଇଛି । ମୂଳାଷ୍ଟମୀ ବା ଦେବୀ ଉତ୍ଥାପନରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡଶ ଉପଚାର ପୂଜା । 

ସେପଟେ ମା' କଟକ ଚଣ୍ଡୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଶାରଦୀୟ ଷୋଡଶ ଉପଚାର ପୂଜା । ସକାଳ ପାଞ୍ଚଟାରେ ମା'ଙ୍କର ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ମା'ଙ୍କର ସ୍ବତନ୍ତ୍ର ପୂଜା ଆରମ୍ଭ ହୋଇଛି । ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଥିଵାରୁ ସକାଳୁ ସକାଳୁ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଛି । ଏହି ବିଶେଷ ଅବସରରେ ମା'ଙ୍କର ଦର୍ଶନ କରି ଜୀବନରେ ପୁଣି ନୂଆ ଉତ୍ସାହ ଭରିଵା ପାଇଁ ଶ୍ରଦ୍ଧାଳୁ ମାନେ ସକାଳୁ ସକାଳୁ ମା'ଙ୍କ ପୀଠରେ ପହଞ୍ଚିଛନ୍ତି।