News7 Logo

NIRF RANKING: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଟପ୍‌ରେ ସୋଆ

NEWS7
soa

ଭୁବନେଶ୍ୱର ୦୪/୦୯: ରାଜ୍ୟର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏଥର ମଧ୍ୟ ଶ୍ରେଷ୍ଠତ୍ୱ ଜାରି ରଖିଛି ଭୁବନେଶ୍ୱରର ଶିକ୍ଷା ଏବଂ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ। ସର୍ବଭାରତୀୟ ସ୍ତରରେ ୟୁନିଭରସିଟି ରାଙ୍କିଙ୍ଗ NIRF-୨୦୨୫ ପ୍ରକାଶ ପାଇଛି । ପୂର୍ବବର୍ଷ ଭଳି ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସୋଆ ନିଜର ପ୍ରତିଷ୍ଠା ବଜାୟ ରଖିଛି।  ଦେଶର ଶିକ୍ଷା ପ୍ରତିଷ୍ଠାନ ଓଭରଅଲ୍ ରାଙ୍କରେ ସୋଆ ଓଡିଶାର ପ୍ରଥମ ତାଲିକାରେ ରହିଛି ।  

ସର୍ବଭାରତୀୟ ସ୍ତରରେ ସୋଆ ସାମଗ୍ରିକ ସ୍ତରରେ ୨୫ ତମ ସ୍ଥାନରେ ରହିଛି । ସେହିପରି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ରାଙ୍କରେ ମଧ୍ୟରେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି ସୋଆ। ତେବେ ସର୍ବଭାରତୀୟ ସ୍ତରରେ ସୋଆ ଦେଶର ୧୫ତମ ସ୍ଥାନରେ ରହିଛି। ଯେତେବେଳେ କି ଉତ୍କଳ ବିଶ୍ବ ବିଦ୍ୟାଳୟ ସର୍ବଭାରତୀୟ ରାଙ୍କିଙ୍ଗରେ ୫୦ ତମ ସ୍ଥାନରେ ରହିଛି ।  ଦେଶର ପ୍ରମୁଖ ଇଞ୍ଜିନିୟରିଙ୍ଗ କଲେଜ ଗୁଡ଼ିକ ମଧ୍ୟରେ ଏବେ ବି ସୋଆ ପ୍ରତିଷ୍ଠା ଜାରି ରଖିଛି।

ସର୍ବଭାରତୀୟ ସ୍ତରର ଇଞ୍ଜିନିଇରିଂ କଲେଜ କାଟାଗୋରିରେ  ସୋଆ ଅଧୀନସ୍ଥ ଆଇଟିଇଆର ୨୨ ତମ ସ୍ଥାନରେ ରହିଛି । ସେହିଭଳି ମେଡିକାଲ କଲେଜ କାଟାଗୋରିରେ ସୋଆ ସର୍ବଭାରତୀୟସ୍ତରରେ ୧୫ ତମ ସ୍ଥାନରେ ରହିଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର  ଅନ୍ୟତମ ସ୍ଥାନ ବଜାୟ ରଖିଛି।  ଏଥିସହିତ ଡେଣ୍ଟାଲ ସାଇନସ୍ ଶିକ୍ଷା କ୍ଷେତ୍ରରେ ଦେଶରେ ୯ମ ସ୍ଥାନରେ ରହିଛି ସୋଆ ଡେଣ୍ଟାଲ । ସେହିପରି ସର୍ବଭାରତୀୟ ସ୍ତରରେ ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଲ ଦଶମ ସ୍ଥାନରେ ରହିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବିଶ୍ ବିଦ୍ୟାଳୟର ରାଙ୍କ ଉନ୍ମୋଚନ କରିଛନ୍ତି । ଏହି ରାଙ୍କ ମୁଖ୍ୟତଃ ରିସର୍ଚ୍ଚ , ପରୀକ୍ଷା ଫଳାଫଳ, ଅଧ୍ୟାପକ, ଛାତ୍ର ଛାତ୍ରୀ ଅନୁପାତ ଏଭଳି ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରକାଶ କରାଯାଇଥାଏ। ଓଡ଼ିଶାରେ SOA ବିଶ୍ୱବିଦ୍ୟାଳୟ ସବୁ ବେଳେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ଚଳିତ ବର୍ଷ ମଧ୍ୟ ସୋଆ ନିଜର ଏହି ସ୍ଥାନ ବଜାୟ ରଖିଥିବା ବେଳେ ନିଜର ବିଶ୍ବସନୀୟତା ଏବଂ ପରାକାଷ୍ଠା ପ୍ରଦର୍ଶନ କରିଛି।