LIVE TV

ଅନ୍ୟ ପାଇଁ ସାଜିଲେ ଉଦାହରଣ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ରଖିଲେ ୩୩୫ ରାଙ୍କ

NEWS7
osc

ସୋନପୁର ୨୭।୦୯ : ଉଦାହରଣ ସୃଷ୍ଟି କଲେ ଛାତ୍ରୀ ସ୍ମୃତି ଶିଖା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନିଆରା ଉଦାହରଣ ସୃଷ୍ଟି କଲେ ସୋନପୁରର ଜଣେ ଛାତ୍ରୀ। ଦିବ୍ୟାଙ୍ଗ ହୋଇ ୩୩୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ।

ସୋନପୁର ଜିଲ୍ଲା ଗଜବନ୍ଧ ଗାଁର ଦିବ୍ୟାଙ୍ଗ ଛାତ୍ରୀ ସ୍ମୃତି ଶିଖା ଭୋଇ । ସେ ଜଣେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଇଚ୍ଛାଶକ୍ତି ଓ ପରିଶ୍ରମ ଆଜି ସଫଳତା ଆଣିଦେଇଛି ।  ତାଙ୍କ ପାଇଁ ଶିକ୍ଷାଗ୍ରହଣ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ସେ ସେହି ଚ୍ୟାଲେଞ୍ଜକୁ ନେଇ ଆଗକୁ ବଢିଛନ୍ତି ।  ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ତେବେ ଏହି ସଫଳତାର ଶ୍ରେୟ ତାଙ୍କ ପରିବାର ଓ ଗୁରୁଙ୍କର ବୋଲି କହିଛନ୍ତି । ସେପଟେ ଝିଅର ଏହି ସଫଳତା ପାଇଁ ଆମେ ଗର୍ବ ଅନୁଭବ କରୁଛୁ ବୋଲି କହିଛନ୍ତି ବାପା । ଅନ୍ୟ ଦିବ୍ୟାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସ୍ମୃତି ଶିଖା ।

ତେବେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଥର କୃତକାର୍ଯ୍ୟ ହୋଇଥିବା ଦିବ୍ୟାଙ୍ଗ ଛାତ୍ରୀଙ୍କ ଘର ଯାଇ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ । ଘରକୁ ଯାଇ ଫୁଲତୋଡ଼ା ସହ ମିଠା ଖୁଆଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୋନପୁର ଜିଲ୍ଲା ଦିବ୍ୟାଙ୍ଗ ଛାତ୍ରୀ ସ୍ମୃତିଶିଖା ଭୋଇ ୩୩୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ​​​​​​​