ମୁମ୍ବାଇ: କ୍ରିକେଟରେ ମ୍ୟାଚ୍‌ ଜିତିବାକୁ ହେଲେ ଗୋଟିଏ ଦଳ ପାଇଁ ଭଲ ଓପନିଂ ପାର୍ଟନରସିପ୍ ନିହାତି ଦରକାର। କାରଣ ଓପନରମାନେ ହିଁ ମିଡିଲ ଅର୍ଡର ଓ ହିଟରମାନଙ୍କ ପାଇଁ ମୂଳଦୁଆ ପକାଇ ଥାନ୍ତି। ଏହାପରେ ଦଳର ସ୍କୋର ଏକ ଦୃଢ଼ ସ୍ଥିତିରେ ପହଞ୍ଚେ। ରବିବାର ମୁମ୍ବାଇରେ ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ  ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ଵକପର ଟାଇଟଲ୍ ଲଢେଇରେ ଆଜି ଭାରତ ପକ୍ଷରୁ ସେମିତି ଏକ ମଜଭୁତ ପାର୍ଟର୍ସିପ୍ ଦେଖିବାକୁ ମିଳିଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମହିଳା ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା ଜବରଦସ୍ତି ପାର୍ଟନରସିପ୍ ରନ କରିଛନ୍ତି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ବର୍ଷା ଯୋଗୁ ଓଦା ଆଉଟଫିଲ୍ଡରେ ରନ ସ୍ଲୋ ହେବ ଏବଂ ୱିକେଟ ଫଟାଫଟ ଚାଲିଯିବ ବୋଲି ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଲୌରା ୱୋଲଭାର୍ଡଟ୍ ଭାବିଥିଲେ। ହେଲେ ଶେଫାଳି ଓ ସ୍ମୃତିଙ୍କ ପାର୍ଟନରସିପ୍ କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଥିଲା। ଏହି ଯୋଡ଼ି ୧୭.୪ ଓଭରରେ ପ୍ରଥମ ୱିକେଟ ଯିବା ପର୍ଯ୍ୟନ୍ତ ୧୦୪ ରନର ପାର୍ଟନରସିପ୍ କରିଥିଲେ। ଏହି ପାର୍ଟନର୍ସିପ୍ ଭାରତୀୟ ଟିମ୍ ପାଇଁ ଏକ ରେକର୍ଡ। ଏହା ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ନକଆଉଟ୍ ଗେମ୍‌ରେ ଭାରତ ପାଇଁ ପ୍ରଥମ ଓ ବଡ଼ ପାର୍ଟନରସିପ୍

ଏହା ପୂର୍ବରୁ ଭାରତୀୟ ମହିଳା ଖେଳାଳିମାନଙ୍କ ପାଇଁ ଦିନିକିଆ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍‌ରେ ଓପନିଂ ପାର୍ଟନରସିପ୍ ୨୦ ଥିଲା। ଯାହା ଏସ୍ ହରିକୃଷ୍ଣ ଏବଂ ପୂର୍ଣ୍ଣିମା ରାଉଙ୍କ ମଧ୍ୟରେ ହୋଇଥିଲେ। ସେହିପରି T20 ଅନ୍ତର୍ଜାତୀୟ ମ୍ୟାଚ୍ ଓ ଦିନିକିଆ ଉଭୟ ଫର୍ମାଟ୍‌ରେ ସର୍ବାଧିକ ଭାଗୀଦାରି ସ୍ମୃତି ମନ୍ଧାନା ଏବଂ ତାନିଆ ଭାଟିଆଙ୍କ ମଧ୍ୟରେ ୨୦୧୮ ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ହୋଇଥିଲା। ସେତେବେଳେ ଦୁଇ ବ୍ୟାଟରଙ୍କ ପାର୍ଟନରସିପ୍ ରନ ୪୩ ହୋଇଥିଲା। ଆଉ ଏବେ ବର୍ମା ଏବଂ ମନ୍ଧାନା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ପୁରୁଷ କ୍ରିକେଟ ଟିମ୍‌ ପାର୍ଟନର୍ସିପ୍: ପୁରୁଷ ଏକଦିବସୀୟ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ଓପନିଂ ପାର୍ଟନରସି ପ୍ନବଜୋତ ସିଂହ ସିଦ୍ଧୁ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ରହିଛି। ଏହି ଯୋଡ଼ି ୧୯୯୬ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପାକିସ୍ତାନ ବିପକ୍ଷରେ ୯୦ ରନ ପାର୍ଟନରସିପ୍ କରିଥିଲେ। ହେଲେ ମନ୍ଧାନା ଏବଂ ବର୍ମାଙ୍କ ମଧ୍ୟରେ ପାର୍ଟନରସିପ୍ ସିଦ୍ଧୁ-ସଚିନଙ୍କ ପାର୍ଟନରସିପ୍ ସ୍କୋରକୁ ଟପିବା ସହ ବର୍ତ୍ତମାନ ଟପ୍‌ ପାର୍ଟନରସିପ୍ ହୋଇଛି।

ଓପନିଂ ଯୋଡି ରନ୍, ଟିମ୍ ଫର୍ମାଟ୍
ସ୍ମୃତି ମାନ୍ଧାନ - ଶେଫାଳି ବର୍ମା- ୧୦୪ (ମହିଳା ODI ଫାଇନାଲ୍)
ନବଜୋତ ସିଂହ ସିଦ୍ଧୁ -ସଚିନ୍ ତେନ୍ଦୁଲକର- ୯୦ (ପୁରୁଷ ଦିନିକିଆ କ୍ୱାଟର୍‌ଫାଇନଲ)
ଶିଖର ଧାୱନ -ରୋହିତ ଶର୍ମା ୭୬ (ପୁରୁଷ ଦିନିକିଆ କ୍ୱାଟରଫାଇନାଲ)
ବିରେନ୍ଦର ସେହୱାଗ -ସଚିନ୍ ତେନ୍ଦୁଲକର- ୭୪ ରନ୍ (ପୁରୁଷ ଦିନିକିଆ ସେମିଫାଇନାଲ୍)
ରୋହିତ ଶର୍ମା - ଶୁମନ ଗିଲ- ୭୧ (ପୁରୁଷ ଦିନିକିଆ ସେମିଫାଇନାଲ୍)