ଭୁବନେଶ୍ୱର ୧୦।୧୧ : ୩ ମାସ ତଳୁ କରିଥିଲ ପ୍ଲାନ୍‌ । ସବୁ ଦିନ ବନ୍ଧୁକ ଧରି ବୁଲୁଥିଲି । ଏପିରିକି ସୁଧାଂଶୁର ଫଟୋକୁ ସାମ୍ନାରେ ରଖି ମଧ୍ୟ ଅଭ୍ୟାସ କରିଥିଲି । ଶେଷରେ ଅକ୍ଟୋବର ୧୩ ତାରିଖ ଦିନ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କରିଥିଲି । ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି ।

ଅକ୍ଟୋବର ୧୩ ତାରିଖରେ ସୁଧାଂଶୁଙ୍କର ବିଭତ୍ସ ହତ୍ୟା କରାଯାଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ମର୍ଡର ହୋଇଥିଲା । ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତ ଗିରଫ କରିଥିଲା । ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ଅନ୍ୟତମ ଅଭିଯୁକ୍ତ ଶିବା । ଯାହାକୁ ଧରିବା ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ । ପରେ ଶିବାକୁ ଥାନାରେ ଅଟକ ରଖି ଜେରା କରିଥିଲା । ଆଉ ଏହି ଜେରା ସମୟରେ ଶିବା ସବୁ ସତ କଥା ମାନିଥିଲା । ପୋଲିସ ଆଗରେ ଶିବା କହିଥିଲା କି, ସୁଧାଂଶୁ ହତ୍ୟା ପାଇଁ ତିନି ମାସ ତଳୁ ପ୍ଲାନ ହୋଇଥିଲା । ଏହି ପ୍ଲାନ ଅନୁସାରେ ସବୁବେଳେ ସୁଧାଂଶୁର ଫଟୋକୁ ସାମ୍ନାରେ ରଖି ଗୁଳିଚାଳନା କରୁଥିଲା । ଏପିରିକି ଅନେକ ସମୟରେ ବନ୍ଧୁକ ଧରି ମଧ୍ୟ ବୁଲୁଥିଲା ।