ବ୍ୟାଟିଂ ସମୟରେ ପିଲାଳିଆମୀ କଲେ ଗିଲ୍, ଇଂଲଣ୍ଡକୁ ମିଳିଲା ବଡ଼ ସଫଳତା, ଦେଖନ୍ତୁ VIDEO

Published By : Prameya-News7 Bureau | July 31, 2025 IST

ଓଭାଲ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ବ୍ୟାଟିଂ କରିବା ସମୟରେ ଏପରି ଏକ ପିଲାଳିଆମି କାମ କରିଛନ୍ତି, ଯେଉଁଥି ପାଇଁ ଟିମ୍ ଇଣ୍ଡିଆକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଏହି ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ଷା ଯୋଗୁଁ ପ୍ରଥମ ସେସନର ଖେଳ ବନ୍ଦ ରହିଥିଲା। ଏହି ସମୟରେ ଭାରତୀୟ ଦଳ ୨ ୱିକେଟ୍ ହରାଇ ୭୨ ରନ୍ କରିଥିଲା। ଅଧିନାୟକ ଗିଲ୍ ୧୫ ରନ୍ କରି ପରେ ଖେଳୁଥିଲେ। ବର୍ଷା ବନ୍ଦ ହେବା ପରେ ଦ୍ୱିତୀୟ ସେସନ୍‌ ଆରମ୍ଭ ହେବା ମାତ୍ରେ ଗିଲ୍ ଭଲ ଆରମ୍ଭ କରିଥିଲେ ହେଁ  ରନ୍ ନେବା ଚକ୍କରେ ନିଜର ୱିକେଟ୍ ହରାଇଛନ୍ତି।

ଭାରତୀୟ ଦଳର ପ୍ରଥମ ଇନିଂସରେ ୨୮ତମ ଓଭର ଆରମ୍ଭ ହେବା ପରେ, ଇଂଲଣ୍ଡ ପକ୍ଷରୁ ଗସ୍ ଆଟକିନସନ୍ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରର ପ୍ରଥମ ବଲରେ ଶୁଭମନ ଗିଲ୍ କୌଣସି ରନ୍ କରିପାରି ନଥିଲେ। ଏହା ପରେ ଦ୍ଵିତୀୟ ବଲ୍‌କୁ ସାମ୍ନା ଆଡ଼କୁ ହାଲୁକା ଭାବରେ ଖେଳି ଏକ ରନ୍ ନେବାକୁ ଦୌଡ଼ିଥିଲେ। ଏହି ସମୟରେ ଆଟକିନସନ୍ ତୁରନ୍ତ ବଲ ପାଖରେ ପହଞ୍ଚି ଚମତ୍କାର ଥ୍ରୋ କରିଥିଲେ।। ପିଚ୍‌ର ପ୍ରାୟ ଅଧା ଉପରକୁ ଆସିଥିବା ଗିଲ୍‌ଙ୍କ ପାଖରେ  ଫେରିବାର କୌଣସି ସୁଯୋଗ ନଥିଲା। ଗିଲ୍ ୩୫ ବଲ୍‌ରେ ୨୧ ରନ କରିବା ପରେ ରନ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରି ଯାଇଥିଲେ। ଗିଲ୍ ଏହିପରି ଆଉଟ୍ ହେବା ପରେ ବହୁତ ନିରାଶ ଦେଖାଯାଉଥିଲେ।




ଏପର୍ଯ୍ୟନ୍ତ ତାଙ୍କ ଟେଷ୍ଟ କ୍ୟାରିୟରରେ ୩୭ଟି ମ୍ୟାଚ୍ ଖେଳିଥିବା ଶୁଭମନ ଗିଲ୍ ଦ୍ୱିତୀୟ ଥର ପାଇଁ ରନ ଆଉଟ୍ ହୋଇଛନ୍ତି। ଗିଲ୍ ପୂର୍ବରୁ ଗତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ରନ ଆଉଟ୍ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ୨୦ ରନ ଅତିକ୍ରମ କରିବା ପରେ ଗିଲ୍ ତାଙ୍କ ଇନିଂସରେ ଶତକ ହାସଲ କରିପାରି ନାହାନ୍ତି। ପୂର୍ବ ସମସ୍ତ ଇନିଂସରେ, ଇଂଲଣ୍ଡ ବିପକ୍ଷ ଏହି ଗସ୍ତରେ ଯେତେବେଳେ ଶୁଭମନ ଗିଲ୍ ୨୦ ରନ ଅତିକ୍ରମ କରିଛନ୍ତି, ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.