LIVE TV

ମୁଶାରଫଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା : ଆମେରିକାକୁ ଦେଇଥିଲେ ପରମାଣୁ ଅସ୍ତ୍ରଶସ୍ତ୍ରର ଚାବି

NEWS7
pakistan

ଇସଲାମାବାଦ : ପୂର୍ବତନ ପାକିସ୍ତାନୀ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହା ମୁତାବିକ ମୁଶରଫ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରର ଚାବି ଆମେରିକାକୁ ପ୍ରଦାନ କରି ଥିଲେ। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ପୂର୍ବତନ ଅଧିକାରୀ ଜନ୍‌ କିରିୟାକୁ ଏହି ଖୁଲାସା କରିଛନ୍ତି। ଜନ୍‌ଙ୍କ ମୁତାବିକ ଆମେରିକା ପାକିସ୍ତାନ ଉପରେ କୋଟି କୋଟି ଡଲାର ଦେଇ ମୁଶାରଫଙ୍କୁ କିଣି ନେଇ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୦୨ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧର ଦ୍ୱାର ଦେଶରେ ଥିଲେ। ଡିସେମ୍ବର ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ ହୋଇଥିଲା।

ଏକ ସାକ୍ଷାତକାରରେ କିରିୟାକୁ କହିଥିଲେ ଯେ, ପାକିସ୍ତାନ ଦୁର୍ନୀତିରେ ବୁଡ଼ି ରହି ଥିଲା। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଉପସାଗରୀୟ ଦେଶଗୁଡ଼ିକରେ ଏକ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନ କରୁ ଥିଲେ। ସେହି ସମୟରେ ପାକିସ୍ତାନର ସାଧାରଣ ଲୋକେ ଭୋକ ଉପାସର ଜୀବନ ବିତାଉ ଥିଲେ। କିରିୟାକୁ ୧୫ ବର୍ଷ ଧରି CIAରେ ସେବା କରିଛନ୍ତି। ପ୍ରାରମ୍ଭରେ ତାଙ୍କର କାମ ଜଣେ ଆନାଲିଷ୍ଟ ଭାବେ ଥିଲା। ପରେ, ସେ ଆତଙ୍କବାଦ ବିରୋଧୀ ( କାଉଣ୍ଟର ଟୋରରିଜିମ) କାର୍ଯ୍ୟ ଆରମ୍ଭ କରିଥିଲେ।ନ୍‌ଙ୍କ ଅନୁସାରେ, ପାକିସ୍ତାନ ସରକାରଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ ଥିଲା। ସେତେବେଳେ ଜେନେରାଲ୍ ପରଭେଜ୍ ମୁଶାରଫ୍ ସେଠାରେ ଶାସନ କରୁଥିଲେ।

ଜନ୍ କହିଥିଲେ ଯେ, ସତ କହିବାକୁ ଗଲେ, ଆମେରିକା ଏକଛତ୍ରବାଦୀଙ୍କ ସହ କାମ କରିବାକୁ ପସନ୍ଦ କରୁଥିଲା। ଏହା ଏଥିପାଇଁ କାରଣ ଏପରି ସ୍ଥିତିରେ, ଆପଣଙ୍କୁ ସାଧାରଣ ଲୋକଙ୍କ ମତାମତ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣଙ୍କୁ ଗଣମାଧ୍ୟମ ବିଷୟରେ ଚିନ୍ତା କରିବାକୁ ମଧ୍ୟ ପଡ଼ିବ ନାହିଁ। ଏହିପରି ଭାବେ, ଆମେ ଏକ ମୁଶାରଫଙ୍କୁ କିଣି ନେଇ ଥିଲୁ। ଆମେରିକା ଯାହା ବି ଚାହୁଁ ଥିଲା କରିପାରୁ ଥିଲା। ମୁଶାରଫ କିଛି କରି ପାରୁ ନଥିଲେ। ଜନ୍ ଆହୁରି କହିଥିଲେ ଯେ, ଆମେ ସହାୟତା ଭାବେ ପାକିସ୍ତାନକୁ ଅନେକ ମିଲିୟନ ଡଲାର ଦେଇଥିଲୁ।

କିରିୟାକୁଙ୍କ ଅନୁସାରେ, ମୁଶାରଫଙ୍କର ପୂରା ଧ୍ୟାନ ସେନାକୁ ଖୁସି ରଖିବା ଉପରେ ଥିଲା। ସେ ଆମେରିକା ପକ୍ଷରେ ଥିବାର ଅଭିନୟ କରୁଥିଲେ। ଏହା ସହ ଏହା ମଧ୍ୟ ଦେଖାଉ ଥିଲେ ଯେ, ଭାରତ ବିରୁଦ୍ଧରେ ଆତଙ୍କବାଦୀ ଗତିବିଧି ଉପରେ ଲଗାମ ଲଗେଇବା ଦିଗରେ କାମ କରୁଛନ୍ତି। ହେଲେ ବାସ୍ତବରେ ସେ ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରୁଥିଲେ। ସେ କହିଥିଲେ ଯେ, ମୁଶାରଫଙ୍କ କାର୍ଯ୍ୟକାଳରେ ସେନାର ଅଲକାଏଦା ବିଷୟରେ ଆଦୌ ଚିନ୍ତା ନଥିଲା। ତାଙ୍କୁ କେବଳ ଭାରତର ଚିନ୍ତା ରହିଥିଲା।