LIVE TV

ଭାରତ ନୁହେଁ, ଦୁନିଆର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ ଖାନ; ମୋଟ ସମ୍ପତ୍ତି ୧୨ ହଜାର କୋଟିରୁ ଅଧିକ

NEWS7
SAHARUKH KHAN

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନ ବିଲେନିୟର ହୋଇଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧ ବିଲିୟନ ଡଲାର ଟପିଛି । ୩୩ ବର୍ଷ ଧରି ଫିଲ୍ମ ଉଦ୍ୟୋଗରେ ରାଜ କରୁଥିବା ଶାହରୁଖ ଖାନ କେବଳ ଭାରତରେ ନୁହନ୍ତୁ, ବରଂ ଦୁନିଆର ସବୁଠୁ ଧନୀ ଅଭିନେତା ହୋଇଛନ୍ତି । ଅକ୍ଟୋବର ୧ରେ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ଜାରି ହୋଇଛି । ଏଥିରେ ଶାହରୁଖ ଖାନଙ୍କ ସମ୍ପତ୍ତି ବାବଦରେ ସୂଚନା ଦିଆଯାଇଛି ।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ଅନୁସାରେ ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ଏବେ ୧.୪ ବିଲିୟନ ଡଲାର ଅର୍ଥାତ୍ ୧୨୪୯୦ କୋଟି ଟଙ୍କା ହୋଇଛି । ଏହି ସମ୍ପତ୍ତି ସହ ଶାହରୁଖ ଖାନ କେବଳ ଭାରତରେ ନୁହନ୍ତି ବରଂ ସାରା ଦୁନିଆରେ ସବୁଠୁ ଧନୀ ଅଭିନେତା ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି, ବଲିଉଡ୍ ବାରଶାହ ୫୯ ବର୍ଷୀୟ ଶାହରୁଖ ଖାନ ପ୍ରଥମ ଥର ବିଲେନିୟର କ୍ଲବରେ ସାମିଲ ହୋଇଛନ୍ତି, ତାଙ୍କ ପାଖରେ ଏବେ ୧୨୪୯୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

ଟେଲର ସ୍ୱିଫ୍ଟ (୧.୩ ବିଲିୟନ ଡଲାର), ଆର୍ନୋଲ୍ଡ ସ୍କ୍ୱାର୍ଜେନେଗର (୧.୨ ବିଲିୟନ ଡଲାର), ଜେରି ସେନଫେଲ୍ଡ (୧.୨ ବିଲିୟନ ଡଲାର) ଏବଂ ସେଲେନା ଗୋମେଜ (୭୨୦ ମିଲିୟନ ଡଲାର) ଭଳି ବିଶ୍ୱ ତାରକାଙ୍କୁ ଶାହାରୁଖ ଖାନଙ୍କ ସମ୍ପତ୍ତି ମାମଲାରେ ଛରେ ପକାଇ ଦେଇଛନ୍ତି।

ଭାରତର ପାଞ୍ଚ ଜଣ ସବୁଠାରୁ ଧନୀ ଅଭିନେତା (ପରିବାର)

ଶାହରୁଖ ଖାନ ୧୨୪୯୦ କୋଟି

ଜୁହି ଚାୱଲା ଏବଂ ପରିବାର ୭୭୯୦ କୋଟି ଟଙ୍କା

ହ୍ରିତିକ୍ ରୋଶନ ଏବଂ ପରିବାର ୨୧୬୦ କୋଟି

କରଣ ୟଶ୍ ଜୋହର ୧୮୮୦ କୋଟି

ଅମିତାଭ ବଚ୍ଚନ ଏବଂ ପରିବାର ୧୬୩୦ କୋଟି

ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିବର୍ଷ ଧନୀ ତାଲିକା ପ୍ରକାଶ କରେ। ଗତ ବର୍ଷ ଶାହରୁଖ ଖାନ ତାଲିକାର ଶୀର୍ଷରେ ଥିଲେ, କିନ୍ତୁ ତାଙ୍କର ସମ୍ପତ୍ତି ମୂଲ୍ୟ  ନିୟୁତ ଡଲାର ଥିଲା, ଯାହା ଏବେ ୧.୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଶାହରୁଖ ଖାନ ଅନେକ ବ୍ୟବସାୟର ମାଲିକ ହୋଇଥିଲେ ମଧ୍ୟ, ତାଙ୍କ ଆୟର ପ୍ରମୁଖ ଅଂଶ ସିନେମା ଏବଂ ବିଜ୍ଞାପନରୁ ଆସିଥାଏ ।