ଇସଲାମାବାଦ: ପାକିସ୍ତାନରେ ବନ୍ୟାର ତାଣ୍ଡବଅନ୍ତର୍ଜାତୀୟ ସାହାଯ୍ୟ ପାଇଁ ହାତ ପତାଇଲା ଇସଲାମବାଦ। ପରିସ୍ଥିତି ଏତେ ଖରାପ ହୋଇଗଲାଣି ସାହାଯ୍ୟ ପାଇଁ ଆଗେଇ ଆସିଛି ଆସିଛି। ଆମେରିକୀୟ ସେନାର ଏକ ସ୍ୱତନ୍ତ୍ର ବିମାନ ରାତାରାତି ନୁର ଖାନ ଏୟାରବେସରେ ରିଲିଫ୍ ସାମଗ୍ରୀ ନେଇ ପହଞ୍ଚିଛି। ଆମେରିକୀୟ ଦୂତାବାସ କହିଛି ଯେ ପାକିସ୍ତାନ ସେନାର ଅନୁରୋଧରେ ଏହି ସାହାଯ୍ୟ ପଠାଯାଇଛି।

ଦେଶର ଅଧା ଜନସଂଖ୍ୟା ପାକିସ୍ତାନର ପଞ୍ଜାବରେ ବାସ କରନ୍ତି ଗହମ ଏବଂ ଚାଉଳ ଭଳି ଅତ୍ୟାବଶ୍ୟକୀୟ ଫସଲ ଚାଷ କରାଯାଏଏହି ସମୟରେ ବନ୍ୟା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତିନୋଟି ପ୍ରମୁଖ ନଦୀ ରବି, ସତଲେଜ ଏବଂ ଚେନାବରେ ଜଳ ପ୍ରବାହ ଲୋକଙ୍କ ପାଇଁ ଜୀବନ କଷ୍ଟକର କରିଦେଇଛି। ଗତ କିଛି ସପ୍ତାହ ମଧ୍ୟରେ କେବଳ ପଞ୍ଜାବରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୩୧ରେ ପହଞ୍ଚିଛି।

ଆମେରିକୀୟ ଦୂତାବାସ ସୋସିଆଲ ମିଡିଆରେ ସୂଚନା ସେୟାର କରି କହିଛି, "ପାକିସ୍ତାନ ସେନାର ଅନୁରୋଧରେ ଆମେରିକୀୟ ସାମରିକ ବିମାନ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି। ଆମର ଚାର୍ଜ ଡିଆଫେୟର୍ସ ବନ୍ୟା ପୀଡିତଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ପୂର୍ବରୁ, ପାକିସ୍ତାନ ସେନା ସହାୟତାରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା। ବର୍ତ୍ତମାନ ପ୍ରଶାସନ ସାଟେଲାଇଟ୍ ସର୍ଭେ ମାଧ୍ୟମରେ କ୍ଷୟକ୍ଷତି ଆକଳନ କରୁଛି। ପ୍ରଭାବିତ ପରିବାରକୁ କ୍ଷତିପୂରଣ ଏବଂ ପୁନର୍ବାସ ପ୍ରଦାନ କରିବା ପାଇଁ ଯୋଜନା କରୁଛି।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଶୁକ୍ରବାର ଇସଲାମାବାଦରେ ଏକ ସମୀକ୍ଷା ବୈଠକ କରିଥିଲେ। ସେ ଦୁଇ ସପ୍ତାହ ମଧ୍ୟରେ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପାକିସ୍ତାନକୁ ଭବିଷ୍ୟତରେ ମୌସୁମୀ ଏବଂ ବନ୍ୟାର ତାଣ୍ଡବ ମୁକାବିଲା କରିବାକୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ।

ପଞ୍ଜାବ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA) ଚେତାବନୀ ଦେଇଛି ଯେ ଶନିବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁ ସହରାଞ୍ଚଳରେ ବନ୍ୟା ହେବାର ସମ୍ଭାବନା ରହିଛି। ସମସ୍ତ ଜିଲ୍ଲାର କମିଶନର ଏବଂ ଡେପୁଟି କମିଶନରଙ୍କୁ ସତର୍କ କରାଯାଇଛି। ସ୍ୱାସ୍ଥ୍ୟ, ଜଳସେଚନ, ପିଡବ୍ଲୁଡି, ସ୍ଥାନୀୟ ପ୍ରଶାସନ ଏବଂ ପଶୁପାଳନ ବିଭାଗକୁ ମଧ୍ୟ ଜରୁରୀକାଳୀନ ମୋଡରେ କାମ କରିବାକୁ କୁହାଯାଇଛି।