LIVE TV

ନଦୀକୁ ଗାଧୋଇବାକୁ ଯାଇଥିଲେ, ପାଣିରେ ବୁଡ଼ିଗଲେ ତିନି ପିଲା

NEWS7
seven-month-long-fishing-ban-from-november-1-to-may-31

ଯାଜପୁର ୦୬।୧୧ : ଯାଜପୁର ଜିଲ୍ଲା ବୈତରଣୀ ନଦୀ ଗାରେଡେଶ୍ୱରରେ ଅଘଟଣ । ଗାଧୋଇବାକୁ ଯାଇ ପାଣିରେ ବୁଡ଼ିରେ ତିନି ପିଲା । ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ନାବାଳକ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  

ଖବର ଅନୁଯାୟୀ, ଗୁରୁବାର ଦିନ ୧୧ ଟା । ଏହି ସମୟରେ ଦୁଇ ଭାଇ ଓ ଭଉଣୀ ତାଙ୍କ ମାଉସୀ ପୁଅଙ୍କ ସହ ନଦୀକୁଳକୁ ଆସିଥିଲେ । ନଦୀକୁ ତିନି ଜଣ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ ସେମାନେ ପାଣିରେ ବୁଡ଼ିବା ଆରମ୍ଭ କରିଥିଲେ । ଯାହାକୁ ଦେଖି ନଦୀ ପାଖରେ ଉପସ୍ଥିତ ଥିବା ସଂପର୍କୀୟ ଅଜାଙ୍କୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ପାଟି କରିଥିଲେ। ଅଜାଙ୍କ ପାଟି ଶୁଣି ମାଛ ଧରୁଥିବା ଲୋକମାନେ ଦୌଡି ଆସି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଓ ଆଉ ଜଣେ ନାବାଳିକା ରହିଛନ୍ତି । ହେଲେ ବାକି ଆଉ ଜଣେ ନାବାଳିକା ନିଖୋଜ ଅଛନ୍ତି । ଯାହାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।