News7 Logo

ନାନୀ ଠକିଦେଲେ ୮୦ ଲକ୍ଷ ଟଙ୍କା, ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା

NEWS7
sujata

ସୁନ୍ଦରଗଡ଼ ୧୩।୦୯ : ବିଶ୍ୱାସରେ ଦେଲେ ବିଷ । ସମସ୍ତ ନାନୀ ବୋଲି ଡାକୁଥିଲେ । ହେଲେ କିଏ ଜାଣିଥିଲା ନାନୀ ନାନୀ ଡାକୁଥିବା ମହିଳା ଦିନେ ଠକିଦେବେ । ଆଉ ୮୦ ଲକ୍ଷରୁ ଅଧିକ ଟଙ୍କାର ଚୂନ ଲଗାଇଦେଲେ ସୁଜାତା ପୁରୋହିତ ନାମକ ଏହି ମହିଳା ।

ସୁଜାତା ଶର୍ମା । ସୁନ୍ଦରଗଡ଼ ସହରରେ ଏକ ବିୟୁଟି ପାର୍ଲର କରିଛନ୍ତି । ସମସ୍ତଙ୍କ ସହ ଖୁବ ମିଳାମିଶା ଓ ବେଶ୍‌ ପରିଚିତ । ସହରର କିଛି ମହିଳା ବ୍ୟବସାୟୀଙ୍କ ସହ ମିଶି ଏକ ସଂଘ କରିଥିଲେ । ଯେଉଁଥିରେ ଯାହାର ସୁବିଧା ଓ ଅସୁବିଧାରେ ଟଙ୍କା ନେଉଥିଲେ । ଆଉ ସମୟକ୍ରମେ ଫେରାଇ ଦେଇଥିଲେ । ସୁଜାତା ବି ଟଙ୍କା ଧାର ନିଅନ୍ତି । ଆଉ ଫେରାଇ ଦିଅନ୍ତି । ହେଲେ ଗତ କିଛି ଦିନ ହେଲେ ସୁଜାତା ଶର୍ମାଙ୍କ ପତ୍ତା ମିଳୁନାହିଁ କୁଆଡେ । ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ ଆଣିଛନ୍ତି କିଛି ମହିଳା । ଅଭିଯୋଗ କରିଥିବା ମହିଳାଙ୍କ ମତରେ, ସୁଜାତାଙ୍କୁ ଆମେ ନାନୀ ବୋଲି ଡାକୁଥିଲୁ । ଏମିତିକି ଆମ ଘରକୁ ବିନା ବାଧାରେ ଯିବା ଆସିବା କରୁଥିଲେ । ହେଲେ ମହିଳା ଜଣଙ୍କ ନିଜର ଅସୁବିଧା କହି କିଛି ଲୋକଙ୍କ ଠାରୁ ୧୭ ଲକ୍ଷ, ୧୮ ଲକ୍ଷ, , ୧୫ ଲକ୍ଷ, ୧୧ ଲକ୍ଷ ଆଦି ଟଙ୍କା ନେଇଥିଲେ । ଯେତେବେଳେ ଅନ୍ୟ ମହିଳାମାନେ ଟଙ୍କା ମାଗିବାରୁ କୁଆଡେ ଗାଏବ ହୋଇଯାଇଥିଲେ । ପ୍ରାୟ ୮୦ ଲକ୍ଷ ଟଙ୍କା ନେଇ ଗାଏବ ହୋଇଯାଇଥିଲେ ସୁଜାତା । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବାଧ୍ୟ ହୋଇ ମହିଳାମାନେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ସୁଜାତାଙ୍କୁ ସମ୍ବଲପୁର କୁଚିଣ୍ଡାରୁ ଗିରଫ କରିଥିବା ସୂଚନା ମିଳିଛି । ଏହାସହିତ ଆଉ କାହା ଠାରୁ କେତେ ଟଙ୍କା ନେଇଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ସୁନ୍ଦରଗଡ଼ ପୋଲିସ । ​​​​​​​