LIVE TV

ଶିଶୁକୁ ଭୁଲ୍ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ, ପୁଅର କିଛି ହେଲେ ମେଡିକାଲ୍ ଦାୟୀ ରହିବ କହିଲେ ବାପା

NEWS7
Jajpur

ଯାଜପୁର ୩୦୯: ଜଣେ ଶିଶୁର ଇଞ୍ଜେକ୍ସନ ଆଉ ଜଣେ ଶିଶୁକୁ ଦିଆଯାଇଥିବା ଅଭିଯୋଗ । ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୁଅର କିଛି ହେଲେ ମେଡିକାଲ୍ ଦାୟୀ ରହିବ ବୋଲି ଶିଶୁଟିର ବାପା କହିଛନ୍ତି ।

ଦଶରଥପୁର ନୀଳକଣ୍ଠପୁର  ଅଞ୍ଚଳର ପରେଶ୍ ମଲ୍ଲିକଙ୍କ ଶିଶୁ ପୁତ୍ରକୁ ଜ୍ବର ଓ ଥଣ୍ଡା ହୋଇଥିବା କାରଣରୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗକୁ ଆଣିଥିଲେ । ତାଙ୍କ ପୁତ୍ରଙ୍କ ନିକଟରେ ଆଉ ଜଣେ ଶିଶୁ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ସକାଳୁ ନର୍ସ ତାଙ୍କୁ ଇଞ୍ଜେକ୍ସନ ଦେବା ବେଳେ ଅନ୍ୟ ଜଣକ ଚିଠା ଆଣି ଦେଇଥିଲେ ।

ସେହି ଚିଠାକୁ ଦେଖି ଅନ୍ୟ ଜଣେ ଶିଶୁର ଇଞ୍ଜେକ୍ସନ ତାଙ୍କ ପୁଅକୁ ଦିଆଯାଇଥିବା ସେ ଅଭିଯୋଗ ଆମିଛନ୍ତି । ଏହାପରେ ସେ ଡାକ୍ତର ଓ ନର୍ସଙ୍କୁ ଏ ବିଷୟରେ ପଚାରିବା ବେଳେ ସେମାନେ କିଛି ନକହି ଔଷଧ ଠିକ୍ ଥିବା କହିଥିଲେ । ପୁଅର କିଛି ହେଲେ ମେଡିକାଲ୍ ଦାୟୀ ରହିବ ବୋଲି ଶିଶୁଟିର ବାପା କହିଥିଲେ । ସେପଟେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଅଭିଯୋଗ ଆସିଛି । ନାମ ଭୁଲ୍ ହୋଇଛି, ଔଷଧ ଠିକ୍ ଅଛି । ପିଲା ବି ସୁସ୍ଥ ଅଛି ।