ଭୁବନେଶ୍ବର: ବରିଷ୍ଠ IPSଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ବରିଷ୍ଠ IPSଙ୍କୁ ମିଳିଛି ପଦୋନ୍ନତି । ଆଇଜି ଏସ.ସାଇନି ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ଡକ୍ଟର ସୂର୍ଯ୍ୟ ଥାଙ୍କପନଙ୍କୁ ଅତିରିକ୍ତ ଡିଜି ପାହ୍ୟା । ଉମାଶଙ୍କର ଦାଶ, ସତ୍ୟଜିତ୍ ନାୟକଙ୍କୁ IG ପାହ୍ୟା । ମଦକର ସଂଦୀପ ସମ୍ପତ ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ DIG ପାହ୍ୟାକୁ ପଦୋନ୍ନତି ମିଳିଛି ।

ସେହିଭଳି ୧୯୧୩ ବ୍ୟାଚର IPS ଜଗମୋହନ ମୀନା, ସ୍ମିତ୍ ପରମାର ଓ ମୁକେଶ କୁମାର ଭାମୁଙ୍କୁ ମିଳିଛି ପ୍ରମୋସନ । ସେହିଭଳି କେନ୍ଦ୍ରୀୟ ଡେପୁଟେସନରେ ଥିବା ପି.ଆର ରାହୁଲ, ଅନୁପମା ଜେମ୍ସ୍, ଏଲ୍. ଦିବ୍ୟାଙ୍କୁ ମିଳିଛି ପଦୋନ୍ନତି।