LIVE TV

ଏହି ଫିଲ୍ମ ଯାହା ରିଲିଜ୍ ପୂର୍ବରୁ ତିନି କଳାକାରଙ୍କ ଜୀବନ ନେଇଥିଲା , ନିର୍ଦ୍ଦେଶକ ଓ କଳାକାର କେହି ବଞ୍ଚି ନଥିଲେ

NEWS7
 film love and god

ନୂଆଦିଲ୍ଲୀ – ବଲିଉଡ୍‌ରେ ଅନେକ ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ତିଆରି ହୋଇଛି। ଏହି ସବୁ ଫିଲ୍ମ ଅଡିୟାନ୍ସଙ୍କୁ ସ୍ମୃତିମୟ ଚରିତ୍ର ଦେଇଛି, ଜୀବନ୍ତ କାହାଣୀ ଦେଇଛି। ଏଥିରୁ କିଛି ଫିଲ୍ମ ସଫଳ ହୋଇଛି ଏବଂ କିଛି ବକ୍ସ ଅଫିସରେ କୌଣସି କମାଲ ଦେଖାଇ ପାରିନାହିଁ। କିନ୍ତୁ ଏପରି ଗୋଟିଏ ଫିଲ୍ମ ଆସିଥିଲା , ଯାହାକୁ ଆଜି ଯାଏ ଦୁର୍ଭାଗ୍ୟ ବୋଲି ମନେକରାଯାଉଛି। ଏହି ଫିଲ୍ମର ନାଁ ଲଭ୍‌ ଆଣ୍ଡ ଗଡ୍‌ , ଯାହା ୧୯୮୬ ରେ ରିଲିଜ ହୋଇଥିଲା। ଏମିତି ଥିଲା ଫିଲ୍ମର ଆରମ୍ଭ ୧୯୬୩ରେ ହୋଇ ଯାଇ ଥିଲା। କିନ୍ତୁ ଏହି ଫିଲ୍ମ ତିଆରି ହେଉ ହେଉ ତିନୋଟି କଳାକାରଙ୍କ ଜୀବନ ଚାଲିଗଲା।

ଗୁଗଲ-ଏ ଆଜମ  ଭଳି ଐତିହାସିକ ଫିଲ୍ମ ତିଆରି କରିଥିବା ନିର୍ଦ୍ଦେଶକ କେ. ଆସିଫଙ୍କର ସ୍ୱପ୍ନ ଥିଲା ଲୈଲା ମଜନୁର କାହାଣୀକୁ ବଡ଼ ପରଦାକୁ ଆଣିବା। ଏହା ୬୦ ଦଶକର କଥା, ସେ ଫିଲ୍ମର କାହାଣୀରେ କାମ କରି ଥିଲେ ଏବଂ ସେହି ସମୟର ଟପ୍‌ ଆକ୍ଟରଙ୍କ ମଧ୍ୟରୁ ଗୋଟିଏ ଗୁରୁ ଦତ୍ତଙ୍କୁ ନିଜର ଲିଡିଂ ହିରୋ ସାଇନ୍‌ କରି ଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଏହି ଫିଲ୍ମକୁ ଅଧାରେ ଛାଡ଼ି ଦେଲା। ରିପୋର୍ଟ ମୁତାବିକ ଗୁରୁଦତ୍ତ ଡିପ୍ରେସନର ଶିକାର ଥିଲେ।

୭୦ଦଶକରେ କେ. ଆସିଫ୍‌ ସଞ୍ଜିବ କୁମାର ଓ ନିମ୍ମିଙ୍କୁ ନେଇ ଏହି ଫିଲ୍ମରେ ପୁଣି ଥରେ କାମ ଆରମ୍ଭ କରିଥିଲେ। ନିର୍ଦ୍ଦେଶକ ନିଜର କାହାଣୀ ପୂରା କରିବାର ସ୍ୱପ୍ନ ପୂରଣ ହେଉ ଥିବାର ଦେଖୁ ଥିଲେ। ଏହି ସମୟରେ ତାଙ୍କର ଫିଲ୍ମର ଲିଡ୍‌ ହିରୋ ସଞ୍ଜୀବ କୁମାର ତାଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚି ଥିଲେ। କିଛି ସମୟ ପରେ କେ.ଆସିଫ୍‌ କହିଥିଲେ ଯେ, ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଛି। ଏମିତି ରିପୋର୍ଟ ଯେ, ୧୯୭୧ରେ ଆସିଫ୍‌ ସଞ୍ଜୀବ କୁମାରଙ୍କ କୋଳରେ ହିଁ ଆଖି ବୁଜି ଦେଇଥିଲେ।

ଏହାପରେ ସଞ୍ଜୀବ କୁମାର ଫିଲ୍ମ ପାଇଁ ଫଣ୍ଡର ବନ୍ଦୋବସ୍ତ କରିଥିଲେ ଏବଂ ବାକି ରହିଥିବା ଫିଲ୍ମର ସୁଟିଂ ପୂରା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୬ ନଭେମ୍ୱର ୧୯୮୫ରେ ଆକ୍ଟରଙ୍କର ହାର୍ଟ ଆଟାକ୍‌ର ମୃତ୍ୟୁ ହୋଇଥିଲା। ହେଲେ , ଏହା ପୂରା ଫ୍ଲପ୍‌ ହୋଇ ଥିଲା। କେ.ଆସିଫ୍‌ ଚାହୁଁ ଥିଲେ ଯେ , ଏହି ଫିଲ୍ମ ମଧ୍ୟ ମୁଗଲ-ଏ ଆଜମ ପରି ଐତିହାସିକ ହେଉ, କିନ୍ତୁ ତିନି କଳାକାରଙ୍କ ମୃତ୍ୟୁ କାରଣରୁ ଲଭ୍‌ ଆଣ୍ଡ୍ ଗଡ୍ ଏକ ଦୁର୍ଭାଗ୍ୟ ଫିଲ୍ମ ଭାବେ ମନେକରାଯାଇଛି।