LIVE TV

‘ପାକିସ୍ତାନରେ ଘର ପରି ଲାଗୁଛି’: ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ବିବାଦ, ବିଜେପି କହିଲା-ଏଥିରେ ଆଶ୍ଚର୍ଯ୍ୟ ନାହିଁ

NEWS7
sam

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍ ପିଟ୍ରୋଡା ପଡୋଶୀ ଦେଶ ସହ ଆଲୋଚନାକୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପିଟ୍ରୋଡା ଶୁକ୍ରବାର କହିଛନ୍ତି ଯେ ଭାରତର ବିଦେଶ ନୀତି ପାକିସ୍ତାନ ସହ ପଡ଼ୋଶୀ ଦେଶଗୁଡ଼ିକ ସହ ସମ୍ପର୍କକୁ ମଜଭୁତ କରିବାରୁ ଆରମ୍ଭ ହେବା ଦରକାର ।

ପିଟ୍ରୋଡା କହିଛନ୍ତି, ମୋ ମତରେ, ଆମର ବିଦେଶ ନୀତିରେ ସର୍ବପ୍ରଥମେ ଆମ ପଡ଼ୋଶୀଙ୍କ ଉପରେ ଫୋକସ ରହିବା ଦରକାର । କ'ଣ ଆମେ ବାସ୍ତବରେ ଆମ ପଡ଼ୋଶୀଙ୍କ ସହ ସମ୍ପର୍କକୁ ପର୍ଯ୍ୟାପ୍ତ ରୂପେ ସୁଧାର କରିପାରିବା ? ମୁଁ ପାକିସ୍ତାନ ଯାଇଛି, ଓ ମୁଁ ଆପଣଙ୍କୁ କହିଯିଏ ଯେ ମୋତେ ସେଠାରେ ଘର ପରି ଅନୁଭବ ହୋଇଥିଲା । ମୁଁ ବାଂଲାଦେଶ ଯାଇଛି, ମୁଁ ନେପାଳ ଯାଇଛି, ସେଠାରେ ମୋତେ ଘର ପରି ଅନୁଭବ ହୋଇଛି । ମୁଁ କୌଣସି ବିଦେଶ ଦେଶକୁ ଯାଇଛି ବୋଲି ମୋତେ ଅନୁଭବ ହେଲା ନାହିଁ ।

ସାମ୍ ପିଟ୍ରୋଡାଙ୍କ ଏହି ବୟାନକୁ ନେଇ ଏବେ ବିଜେପି ଜୋରଦାର ଆକ୍ରମଣ କରିଛି । ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଓ କଂଗ୍ରେସର ବିଦେଶ ମୁଖ୍ୟ ସାମ୍ ପିଟ୍ରୋଡାଙ୍କ କହିବା କଥା ଯେ ତାଙ୍କୁ ପାକିସ୍ତାନରେ ଘର ପରି ଅନୁଭବ ହେଉଛି । ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ୟୁପିଏ ୨୬/୧୧ ପରେ ମଧ୍ୟ ପାକିସ୍ତାନ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

ପ୍ରଦୀପ ଭଣ୍ଡାରୀ କହିଛନ୍ତି, "ମୁଁ ଆପଣ ସମସ୍ତଙ୍କୁ ପଚାରିବାକୁ ଚାହୁଁଛି, 'ଣ କୌଣସି ଦେଶପ୍ରେମୀ ପାକିସ୍ତାନ ପରି ଏକ ଆତଙ୍କବାଦୀ ଦେଶକୁ ନିଜ ଘର ପରି ଲାଗୁଛି ବୋଲି କହିପାରିବେ କି ? କିନ୍ତୁ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଏବଂ କଂଗ୍ରେସ ଦଳର ରଣନୀତି ନିର୍ଦ୍ଧାରଣ କରୁଥିବା ସାମ୍ ପିଟ୍ରୋଡା ପାକିସ୍ତାନକୁ ତାଙ୍କ ପାଇଁ ଘର ପରି ବୋଲି କହିଛନ୍ତି । କିଛି ଦିନ ପୂର୍ବରୁ, ଆଇଏସଆଇ ଏଜେଣ୍ଟ ଶାହିଦ ଆଫ୍ରିଦି ରାହୁଲ ଗାନ୍ଧୀଙ୍କୁ ତାଙ୍କର ଆଦର୍ଶ ମାନିଥିଲେ, ଏବଂ ଏହାର କିଛି ସମୟ ପରେ, ସାମ୍ ପିଟ୍ରୋଡା ପାକିସ୍ତାନ ମହିମା ଗାନ କରୁଛନ୍ତି । କିଛି ମାସ ପୂର୍ବରୁ, ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଭାରତୀୟ ରାଷ୍ଟ୍ର ବିରୁଦ୍ଧରେ ଲଢ଼ିବାକୁ ଚାହାନ୍ତି।" ସେମାନେ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଏବଂ ଭାରତର ସାହସୀ ସୈନିକଙ୍କ ସାହସିକତାକୁ ଅପମାନିତ କରନ୍ତି ବୋଲି ବିଜେପି କହିଛି ।