ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଏବେ ପୁଣି ଥରେ ଚର୍ଚ୍ଚାରେ । କିନ୍ତୁ ଏହା କୌଣସି ନୂଆ ଫିଲ୍ମ ପ୍ରମୋସନ ପାଇଁ ନୁହେଁ, ବରଂ ଏକ ଇଭେଣ୍ଟରେ ହଠାତ ସାର୍ବଜନୀନ ଭାବେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଇଭେଣ୍ଟରେ ସଲମାନଙ୍କ ଏକ ଭିଡିଓ କ୍ଲିପ ଭାଇରଲ ହେଉଛି । ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଅନେକ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପଚାରୁଛନ୍ତି “ସବୁ ଠିକ୍ ଅଛି ତ?” ତେବେ ପ୍ରକୃତରେ ଘଟଣା କ’ଣ ଆସନ୍ତୁ ଜାଣିବା ।

ସଲମାନ୍ ଖାନ୍ ଯେଉଁଠିକୁ ଯାଆନ୍ତି, ସେଠାରେ କ୍ୟାମେରା ଓ ପ୍ରଶଂସକଙ୍କ ନଜର ସବୁବେଳେ ତାଙ୍କ ଉପରେ ଫୋକସ ଥାଏ । ନିକଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସଲମାନଙ୍କ ଉପସ୍ଥିତିର ଭିଡିଓ ସାମ୍ନାକୁ ଆସିବା ପରେ ତାହା ସୋସିଆଲ୍ ମିଡିଆରେ ଦ୍ରୁତ ଭାବେ ଭାଇରାଲ୍ ହୋଇଛି । ଭିଡିଓରେ ସଲମାନ୍ ଖାନଙ୍କୁ ପୂର୍ବ ଅପେକ୍ଷା ଅସୁସ୍ଥ ଓ କ୍ଲାନ୍ତ ଦେଖାଯାଉଥିବା ନେଇ କିଛି ସୋସିଆଲ୍ ମିଡିଆ ୟୁଜର୍ସ ମତ ଦେଇଛନ୍ତି। ଏହାପରେ “Is everything ok?” ଭଳି ମନ୍ତବ୍ୟ ଅନେକ ପୋଷ୍ଟରେ ଦେଖିବାକୁ ମିଳିଛି। କେହି କେହି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି।

ତେବେ ଏପର୍ଯ୍ୟନ୍ତ ସଲମାନ୍ ଖାନ୍ କିମ୍ବା ତାଙ୍କ ଟିମ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସୂଚନା ଜାରି କରାଯାଇନାହିଁ। ସୋସିଆଲ୍ ମିଡିଆରେ ଫ୍ୟାନ୍ସ ଅନୁମାନ କରୁଥିବା କଥା ବି ସତ ହୋଇନଥାଇପାରେ । ଏପଟେ ସଲମାନ୍ ଖାନ୍ ତାଙ୍କ ଆଗାମୀ ପ୍ରକଳ୍ପକୁ ନେଇ ବ୍ୟସ୍ତ ଥିବା ସୂଚନା ମିଳୁଛି। ତେଣୁ ଏହି ଭାଇରାଲ୍ ଭିଡିଓକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଶଂସକମାନେ ତାଙ୍କ ପକ୍ଷରୁ ସ୍ପଷ୍ଟୀକରଣକୁ ଅପେକ୍ଷା କରିଛନ୍ତି । ତେବେ ସଲମାନ୍ ଖାନଙ୍କ ଏହି ଭିଡିଓ କେବଳ ତାଙ୍କର କ୍ଲାନ୍ତ ଲୁକ୍ର ଏକ ମୁହୂର୍ତ୍ତ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ସୂଚନା ଆସିବା ପରେ ହିଁ ସ୍ପଷ୍ଟ ହେବ। କିନ୍ତୁ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜାରି ରହିଛି।