Bad News ଦେବେ ତୃପ୍ତି, ଭିକି କୌଶଲଙ୍କ ସହ ସେୟାର କରିବେ ସ୍କ୍ରିନ୍

Published By : Prameya-News7 Bureau | May 12, 2024 IST

ମୁମ୍ଵାଇ ୧୨।୦୫: ଶ୍ରେୟସ ତଲପଡ଼େଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହାସ୍ୟରସାତ୍ମକ ଫିଲ୍ମ ‘ପୋଷ୍ଟର ବୟଜ୍‌’ ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତୃପ୍ତି ଡିମରି । ସେହି ଫିଲ୍ମରେ ତାଙ୍କର ଅଭିନୟ ଦକ୍ଷତାକୁ ଖୁବ୍‌ ପ୍ରଶଂସା କରାଯାଇଥିଲା । ଏହାପରେ ତୃପ୍ତି ଆଉ କେତୋଟି ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଗତବର୍ଷ ରିଲିଜ୍‌ ହୋଇଥିବା ‘ଆନିମଲ୍‌’ ତାଙ୍କୁ ବେଶ୍‌ ଦର୍ଶକୀୟ ଆଦୃତି ଆଣିଦେଇଛି । ଆଗକୁ ତୃପ୍ତିଙ୍କୁ କରନ୍‌ ଜୋହରଙ୍କର ‘ବ୍ୟାଡ୍‌ ନ୍ୟୁଜ୍‌’ରେ ଦେଖିବାକୁ ମିଳିବ । 

ତାହା ଆସନ୍ତା ଜୁଲାଇ ମାସରେ ରିଲିଜ୍‌ ହେବ । ସେଥିରେ ତୃପ୍ତିଙ୍କ ସହିତ ଭିକି କୌଶଲ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେୟାର କରିବେ । ଏହି ଫିଲ୍ମକୁ ନେଇ ତୃପ୍ତି ବେଶ୍‌ ଉତ୍ସାହିତ ଅଛନ୍ତି । ନିକଟରେ ଏ ସଂପର୍କରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ବ୍ୟାଡ୍‌ ନ୍ୟୁଜ୍‌’ ଏକ ଭିନ୍ନ ସ୍ୱାଦର କାହାଣୀ । ତାହା ସତ୍ୟଘଟଣା ଉପରେ ଆଧାରିତ ଏକ ହାସ୍ୟରସାତ୍ମକ ରୋମାଣ୍ଟିକ ଫିଲ୍ମ ହୋଇଥିବାବେଳେ ଦର୍ଶକମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ । ଏହି ଫିଲ୍ମ ମୋ’ କ୍ୟାରିୟର ଲାଗି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରୁଛି । ‘ବ୍ୟାଡ୍‌ ନ୍ୟୁଜ୍‌’ ବ୍ୟତୀତ ତୃପ୍ତିଙ୍କୁ ‘ଭିକି ବିଦ୍ୟା କା ୱୋ ୱାଲା ଭିଡିଓ’ରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.