ଏଲଭିଶଙ୍କ ବିରୋଧରେ ବୟାନ ଦେବେ ଅଭିଯୋଗକାରୀ ଗୌରବ ଗୁପ୍ତା, ED ପଠାଇଲା ନୋଟିସ୍

Published By : Prameya-News7 Bureau | May 11, 2024 IST

ମୁମ୍ଵାଇ ୧୧।୦୫: ଦୀର୍ଘ ଦିନ ଧରି ଏଲଭିଶ ଯାଦବ ବିବାଦରେ ଥିଲେ। ମାର୍ଚ୍ଚ ମାସରେ ସାପ ବିଷ ମାମଲାରେ ୟୁଟ୍ୟୁବର ଜେଲଯାଇଥିଲେ। ଜାମିନରେ ଆସିବା ପରେ ଏଲଭିଶ ଅନ୍ୟ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ନିକଟରେ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ଅଭିଯୋଗକାରୀ ଗୌରବ ଗୁପ୍ତା ସାପ ବିଷ ମାମଲାରେ ଇଡି ପକ୍ଷରୁ ଏକ ନୋଟିସ ଗ୍ରହଣ କରିଛନ୍ତି । ଯେଉଁଥିରେ ତାଙ୍କୁ ମେ ୧୪ ରେ ଲକ୍ଷ୍ନୌର ଜୋନାଲ କାର୍ଯ୍ୟାଳୟରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କୁହାଯାଇଛି।


ପ୍ରକୃତରେ, ସାପ ଚୋରା ଚାଲାଣ ମାମଲାରେ ଏଲଭିଶଙ୍କୁ ଗିରଫ କରାଇଥିବା ଗୌରବ ଗୁପ୍ତାଙ୍କ ଲକ୍ଷ୍ନୌ ଇଡି କାର୍ଯ୍ୟାଳୟକୁ ଡକାଯାଇଛି।ଏଥି ସହିତ ସୁରକ୍ଷା କାରଣରୁ ଗୌରବ ଲକ୍ଷ୍ନୌ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ମନା କରି ଦେଇଛନ୍ତି। ସେ ଦିଲ୍ଲୀ ଇଡି କାର୍ଯ୍ୟାଳୟକୁ ଯାଇ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କହିଛନ୍ତି। ଗୌରବ କହିଛନ୍ତି ଯେ ସେ କ୍ରମାଗତ ଭାବରେ ତାଙ୍କୁ ଧମକ ମିଳୁଛି। 

ପୋଲିସ ଏବଂ କୋର୍ଟଙ୍କ ସୁରକ୍ଷା ପାଇଁ ସେ ଗୁହାରି କରିଛନ୍ତି। ଅର୍ଥ ହେରଫେର ମାମଲାରେ ଖୁବ ଶୀଘ୍ର ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯିବ। ମାର୍ଚ୍ଚ ୨୦୨୪ରେ ପୋଲିସ ଏଲଭିଶ ଏବଂ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା। ଏହା ପରେ ଏଲଭିଶ ଯାଦବ ୧୪ ଦିନ ନ୍ୟାୟିକ ହେପାଜତରେ ରହିଲେ। ଏହି ସମଗ୍ର ମାମଲାରେ ପୋଲିସ ୧୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ତେବେ ପରେ ଏଲଭିଶଙ୍କୁ ଜାମିନ ମିଳିଥିଲା। ବର୍ତ୍ତମାନ ସେ ଜାମିନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.