LIVE TV

ରୁଷ୍‌କୁ ଚାରିଆଡୁ ଘେରିବାକୁ ଚେଷ୍ଟା କରୁ ଥିଲା ଆମେରିକା , ଏବେ ପୁଟିନ ରଖି ଦେଲେ ବଡ଼ ପରମାଣୁ ସର୍ତ୍ତ

NEWS7
Russia offers to abide by expiring nuclear treaty

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରୁଷ୍‌ ନ୍ୟୁ ଷ୍ଟାର୍ଟ ସନ୍ଧିର ପ୍ରମୁଖ ସୀମାର ପାଳନ ଆହୁରି ବର୍ଷେ ଜାରି ରଖିବା ପାଇଁ ସହମତି ଅଛି , ଯାହା ୫ ଫେବ୍ରୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବ। ସେ ଆମେରିକାରୁ ମଧ୍ୟ ଏହି ପ୍ରକାରର ପଦକ୍ଷେପର ଅପେକ୍ଷା କରିଛନ୍ତି, ଯାହା ଦ୍ୱାରା ଉଭୟ ଦେଶ ପରମାଣୁ ଅସ୍ତ୍ର ପ୍ରତିଯୋଗିତାକୁ ଏଡାଇ ପାରିବେ। ଏହି ଚୁକ୍ତି ମୂଳତଃ ୨୦୧୦ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୦୨୧ରେ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଏହାର ଅବଧି ଫେବୃଆରୀ ୨୦୨୬ ରେ ଶେଷ ହେଉଛି।ପୁଟିନଙ୍କ ଏହି ବିବୃତ୍ତି ୟୁକ୍ରେନ ସଙ୍କଟ ଏବଂ ବିଶ୍ୱ ଜଟିଳତା ମଧ୍ୟରେ ଆସିଛି , ଯେଉଁଠାରେ ପରମାଣୁ ନିୟନ୍ତ୍ରଣ ଉପରେ ଆଲୋଚନା ତୀବ୍ର ହେଉଛି।

ପୁଟିନ ସ୍ପଷ୍ଟ କରିଛନ୍ତି ଯେ, ରୁଷ ଫେବୃଆରୀ , ୨୦୨୬ ପରେ ବର୍ଷେ ଯାଏ ଚୁକ୍ତିର ମୁଖ୍ୟ ସଂଖ୍ୟାତ୍ମକ ସୀମାଗୁଡ଼ିକର ପାଳନ କରିବାକୁ ପ୍ରସ୍ତୁତ ଅଛି। ସେ କହିଛନ୍ତି ଏହା ପରେ , "ଆମେ ସବୁ ପରିସ୍ଥିତି ସମୀକ୍ଷା କରି ଏହି ସ୍ୱ-ଲାଗୁ କଟକଣାକୁ ଜାରି ରଖିବାରେ ନିଷ୍ପତ୍ତି ନେବୁ।" ସେ ବିଶ୍ୱାସ କରନ୍ତି ଯେ, ଏହା ସେତେବେଳେ ସମ୍ଭବ ହେବ ଯେବେ ଆମେରିକା ମଧ୍ୟ ଏପରି କାର୍ଯ୍ୟ କରିବ ଏବଂ କେହି ଏମିତି ପଦକ୍ଷେପ ନେବ ନାହିଁ, ଯାହା ପ୍ରତିରକ୍ଷା କ୍ଷମତାର ବର୍ତ୍ତମାନର ସନ୍ତୁଳନକୁ ପ୍ରଭାବିତ କିମ୍ବା ଭଙ୍ଗ କରିବ।

ଉଲ୍ଲେଖନୀୟ ଯେ, ସୋମବାର ଦିନ ରୁଷ ସୁରକ୍ଷା ପରିଷଦଏକ ଭିଡିଓ କନଫରେନ୍ସିଂରେ ପୁଟିନ ଜୋର ଦେଇ କହିଥିଲେ ଯେ, ମସ୍କୋ ଏବେ ଉତ୍ତେଜନା ବୃଦ୍ଧି କିମ୍ବା ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରେ କୌଣସି ଆଗ୍ରହ ରଖୁ ନାହିଁ। ସେମାନେ ରଣନୈତିକ ସ୍ଥିରତାର ଖରାପ ହେଉଥିବା ପରିସ୍ଥିତି ବିଷୟରେ ଆଲୋଚନା କରୁଥିଲେ। କହି ରଖୁଛୁ କି, ରୁଷ ରାଷ୍ଟ୍ରପତି ୨୦୨୩ରେ ନ୍ୟୁ ଷ୍ଟାର୍ଟ ପରମାଣୁ ଚୁକ୍ତିନାମାରେ ନିଜର ଅଂଶଗ୍ରହଣକୁ ସ୍ଥଗିତ ରଖି ଥିଲେ , କିନ୍ତୁ ମସ୍କୋ ଚୁକ୍ତିନାମାର ଅବଧି ସମାପ୍ତ ହେବା ପର୍ଯ୍ୟନ୍ତ ଏହାର ପ୍ରାବଧାନର ପାଳନ ଜାରି ରଖିବାର ଆଶ୍ୱାସନା ଦେଇଥିଲା।

ରୁଷ୍‌ର ରାଷ୍ଟ୍ରପତି କହିଛନ୍ତି, "ମର ବିଶ୍ୱାସ ଯେ, ଏହି ଉପାୟ ସେତେବେଳେ କାର୍ଯ୍ୟକାରୀ ହେବ, ଯେତେବେଳେ ଆମେରିକା ଏହିପରି କାର୍ଯ୍ୟ କରିବ ଏବଂ ଏପରି ପଦ ପଦକ୍ଷେପ ନେବ ନାହିଁ , ଯାହା ନିବାରକ କ୍ଷମତାର ବର୍ତ୍ତମାନ ସନ୍ତୁଳନକୁ ଦୁର୍ବଳ କିମ୍ବା ବିପର୍ଯ୍ୟସ୍ତ କରିବ। ପୁଟିନ ରୁଷ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମ୍ୱନ୍ଧିତ ଆମେରିକୀୟ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯାଉ ଏବଂ , ବିଶେଷକରି ରଣନୈତିକ ଆକ୍ରମଣରେ ଅସ୍ତ୍ର ସମ୍ୱନ୍ଧୀୟ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି