ନୂଆଦିଲ୍ଲୀ –କ୍ୟାନସର ଭାକସିନ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ୍‌ର ବୈଜ୍ଞାନିକମାନେ କୋଲନ ( ବହତ ଅନ୍ତଃନଳୀ) କ୍ୟାନସରର ଚିକିତ୍ସା ପାଇଁ ଏକ ନୂଆ ଭାକ୍ସିନ୍‌ର ବିକଶିତ କରିଛନ୍ତି। ଏହି ଭାକସିନ୍‌ ପ୍ରକ୍ଲିନିକାଲ ଟ୍ରାୟଲ୍ସରେ ସଂପୂର୍ଣ୍ଣ ସଫଳ ରହିଛି। ରୁଷ୍‌ର ଫେଡରାଲ ମେଡିକାଲ ଆଣ୍ଡ ବାୟୋଲଜିକାଲ ଏଜେନ୍ସି (ଏଫଏମବିଏ)ର ପ୍ରମୁଖ ଭେରୋନିକା ସ୍କୋଭର୍ଟସୋଭା ପୂର୍ବ ଅର୍ଥନୈତିକ ଫୋରମ୍‌ (ଇଇଏଫ) ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଟୀକା ଏବେ ବ୍ୟବହାର ପାଇଁ ପ୍ରସ୍ତୁତ ଏବଂ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି।

ସ୍କୋଭର୍ଟସୋଭା କହିଛନ୍ତି , ଏହି ଭାକ୍‌ସିନ୍‌ ଉପରେ ଅନେକ ବର୍ଷରୁ କାମ ଚାଲି ଥିଲା। ଗତ ତିନି ବର୍ଷ ଅନିବାର୍ଯ୍ୟ ପ୍ରିକ୍ଲିନିକଲ ଅଧ୍ୟୟନରେ ଲାଗିଛନ୍ତି। ଏହି ଅଧ୍ୟୟନ ଗୁଡ଼ିକରେ ସାବ୍ୟସ୍ତ ହୋଇଛି ଯେ, ଭାକସିନ୍ ସଂପୂର୍ଣ୍ଣ ରୂପେ ସୁରକ୍ଷିତ , ଯଦିଓ ଏହାକୁ ବାରମ୍ୱାର ଦିଆଯାଏ। ଏହାସହ , ଏହି ଭାକସିନ୍‌ ଅତ୍ୟଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏଥିରେ ଟ୍ୟୁମରର ଆକାର ୬୦ ପ୍ରତିଶତରୁ ୮୦ ପ୍ରତିଶତ ଯାଏ ହ୍ରାସ ହୋଇଥିଲା ଏବଂ କ୍ୟାନସରର ପ୍ରଗତି ଧୀମା ହୋଇଗଲା। ଏହା ବ୍ୟତୀତ , ରୋଗୀଙ୍କର ଜୀବନ ପ୍ରତ୍ୟାଶାରେ ମଧ୍ୟ ସୁଧାର ଦେଖିବାକୁ ମିଳିଥିଲା। ଅଧ୍ୟୟନରେ ଭାକସିନ୍‌ର କାରଣ ଜୀବିତ ରହିବାର ଦରରେ ବୃଦ୍ଧିର ସଙ୍କେତ ମଧ୍ୟ ମିଳିଛି।

ଏହି ଭାକ୍ସିନର ପ୍ରଥମ ବ୍ୟବହାର କୋଲୋରେକ୍ଟଲ କ୍ୟାନସରର ଚିକିତ୍ସାରେ ହେବ। ଏହା ବ୍ୟତୀତ , ବୈଜ୍ଞାନିକ ଗ୍ଲିୟୋବ୍ଲାଷ୍ଟୋମା ( ଗୋଟିଏ ବିପଜ୍ଜନକ ବ୍ରେନ୍‌ କ୍ୟାନସର) ଓ କିଛି ବିଶେଷ ପ୍ରକାରର ମେଲୋନୋମା , ଯେମିତିକି ଆଖିରେ ମେଲାନୋମା ପାଇଁ ମଧ୍ୟ ଭାକ୍ସିନ ଉପରେ କାମ କରୁଛନ୍ତି। ଏହି ପ୍ରୋଜେକ୍ଟ ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଭବିଷ୍ୟତରେ ବଡ଼ ସଫଳତା ଦେଇପାରେ।

କ୍ୟାନସର ଭାକସିନ୍‌ କେମିତି କାମ କରେ ?

ପ୍ରକୃତ କଥା ହେଲା , ଅଧିକାଂଶ ଲୋକ ଭାକସିନ୍‌କୁ ମିଳିମିଳା କିମ୍ୱା ଚିକେନପକ୍ସ ଭଳି ସଂକ୍ରାମକ ରୋଗକୁ ରୋକିବା ପାଇଁ ଜାଣିଥାନ୍ତି। ଏହି ଭାକସିନ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ  ଭାଇରାସ ବା ବ୍ୟାକ୍ଟେରିଆକୁ ଚିହ୍ନଟ କରି ନଷ୍ଟ କରିବା ପାଇଁ ପ୍ରସ୍ତୁତ କରିଥାଏ। କିନ୍ତୁ କ୍ୟାନସର ଭାକସିନ୍‌ ଅଲଗା ପ୍ରକାରରେ କାମ କରେ। ଏହା ଶରୀରର ଇମ୍ୟୁନି ସିଷ୍ଟମକୁ କ୍ୟାନସର କୋଷିକା ଗୁଡ଼ିକୁ ଚିହ୍ନଟ କରିବା ଓ ନଷ୍ଟ କରିବାରେ ସାହାଯ୍ୟ କରେ। କିଛି ଭାକସିନ୍‌ କ୍ୟାନସରର ଚିକିତ୍ସା କରିଥାଏ , ଆଉ କିଛି ଏହାକୁ ରୋକବା ପାଇଁ ହୋଇଥାଏ।

ଆମେରିକାନ କ୍ୟାନସର ସୋସାଇଟି ଅନୁସାରେ , ବର୍ତ୍ତମାନ ସମୟରେ ପ୍ରୋଷ୍ଟେସ୍‌ ଓ ବ୍ଲାଡର କ୍ୟାନସର ପାଇଁ କିଛି ଭାକସିନ୍ ଉପଲବ୍ଧ ଅଛି। କିନ୍ତୁ କୋଲନ କ୍ୟାନସର ପାଇଁ ରୁଷ୍‌ର ଏହି ଭାକସିନ୍‌ ଏକ ବଡ଼ ଉପଲବ୍ଧି ଅଛି। ଏହି ଘୋଷଣା ରୁଷ୍‌ର ଭ୍ଲାଦିଭୋସ୍ତୋକ ସହରରେ ଆୟୋଜିତ ୧୦ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍‌ ବେଳେ ହୋଇଛି। ଏହି ଫୋରମ୍‌ର ବିଷୟ ଥିଲା – ‘ ଦ ଫାର୍ ଇଷ୍ଟ : କୋର୍ପୋରେସନ ଫର ପିସ୍‌ ଆଣ୍ଡ ପ୍ରସ୍ସେରିଟି’। ଏହି ଆୟୋଜନରେ ୭୫ରୁ ଅଧିକ ଦେଶର ୮୪୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ।

ବିଶ୍ୱ ପାଇଁ ଆଶାର କିରଣ –

କୋଲନ କ୍ୟାନସର ବିଶ୍ୱସ୍ତରରେ ସବୁଠୁ ଅଧିକ ବଢୁଥିବା କ୍ୟାନସର ମଧ୍ୟରୁ ଗୋଟିଏ।ଭାରତରେ ମଧ୍ୟ ଏହାର ମାମଲା ନିରନ୍ତର ବଢୁଛି। ଯଦି ଏହି ଭାକସିନ୍‌ ଅଫିସିଆଲି ଭାବେ ଅନୁମୋଦନ ହୁଏ ଏବଂ ବ୍ୟାପକ ସ୍ତରରେ ଉପଲବ୍ଧ ହୋଇଥାଏ ତ, ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରେ।