ନୂଆଦିଲ୍ଲୀ: ଭାରତ ଋଷ ଠାରୁ ତେଲ କିଣୁଛି ବୋଲି ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରି କରୁଛନ୍ତି ବୋଲି ଆମେରିକା ଦାବି କରୁଥିବା ବେଳେ ଏବେ ୟୁକ୍ରେନ୍ ଆମେରିକା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛି।  ରବିବାର କେନ୍ଦ୍ରୀୟ କିଭରେ ଏକ ସରକାରୀ କୋଠାରେ ରୁଷ ଯେଉଁ କ୍ରୁଜ୍ ମିସାଇଲ ମାଡ଼ କରିଥିଲା ସେଥିରେ ଆମେରିକାରେ ନିର୍ମିତ ଚିପ୍ସ ଏବଂ ଇଲେକ୍ଟ୍ରୋନିକ୍ ପାର୍ଟ ରହିଥିଲା। ତା ସହିତ ବିଦେଶୀ ଉପାଦାନ ପାର୍ଟରେ ଭର୍ତ୍ତି ଥିଲା ବୋଲି ମଙ୍ଗଳବାର ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି।

ଏହି ତାଲିକାରେ ଟେକ୍ସାସ ଇନଷ୍ଟ୍ରୁମେଣ୍ଟସ୍, ଆନାଲଗ୍ ଡିଭାଇସ୍ସ ଏବଂ ଅଲ୍ଟେରା ଭଳି ଆମେରିକୀୟ ଫାର୍ମର ୩୫ଟି ପାର୍ଟ ରହିଚି। ଏଥିରେ ଜାପାନୀ, ବ୍ରିଟିଶ ଏବଂ ସ୍ୱିସ୍ କମ୍ପାନୀର ଉପାଦାନ ମଧ୍ୟ ରହିଛିଋଷ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ବି ଏହି ପାର୍ଟଗୁଡ଼ିକ ମଧ୍ୟରୁ କିଛି  ଖୁବ୍ ନିକଟରେ ନିର୍ମିତ ହୋଇଛି। ରୁଷକୁ ଏପରି ଉପାଦାନ ଉପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା କଠୋର କଟକଣା ଏବଂ ରପ୍ତାନି ନିୟନ୍ତ୍ରଣ ସତ୍ତ୍ୱେ, ମସ୍କୋ ଏହି କଟକଣାଗୁଡ଼ିକୁ ଏଡାଇବାରେ ସଫଳ ହୋଇଛି।

ଆମେରିକୀୟ-ଭିତ୍ତିକ ସାଇପ୍ରେସ୍ ସେମିକଣ୍ଡକ୍ଟରର ଜର୍ମାନ ମୂଳ କମ୍ପାନୀ ଇନଫାଇନନ୍ ଟେକ୍ନୋଲୋଜିଜ୍ ସିଏନଏନକୁ କହିଛି ଯେ ଏହାର ଉତ୍ପାଦଗୁଡ଼ିକ ରୁଷରେ ପହଞ୍ଚିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛି। କମ୍ପାନୀ କହିଛି ଯେ ଏହା ରୁଷକୁ ସମସ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଯୋଗାଣ ବନ୍ଦ କରିଦେଇଛି ଏବଂ ଗ୍ରାହକମାନଙ୍କ ପାଇଁ ନିୟମ ମାନିବାକୁ ପଦକ୍ଷେପ ନେଇଛି ଟେକ୍ସାସ ଇନଷ୍ଟ୍ରୁମେଣ୍ଟସ୍ ମଧ୍ୟ କହିଛି ଯେ ଏହା ଫେବୃଆରୀ ୨୦୨୨ରେ ରୁଷ ଏବଂ ବେଲାରୁସକୁ ଉତ୍ପାଦ ବିକ୍ରି ବନ୍ଦ କରିଦେଇଛି। ତେବେ ଋଷ ମିସାଇଲ୍‌ରେ ଏଭଳି ସବୁ ପାର୍ଟ ମିଳିଥିବା ୟୁକ୍ରେନ୍ ସେମାନଙ୍କର ମିତ୍ର ରାଷ୍ଟ୍ରଗୁଡ଼ିକ ସୂଚିତ କରିଛି।