‘ଡେଡ୍ ଇକୋନୋମି ’ ବନାମ ‘ ଡେଡ୍ ହ୍ୟାଣ୍ଡ ’ : ଟ୍ରମ୍ପଙ୍କ ମନ୍ତବ୍ୟରେ ରୁଷ୍ ସୁରକ୍ଷା ପରିଷଦର ଉପାଧ୍ୟକ୍ଷଙ୍କ ଦୃଢ ପ୍ରତିକ୍ରିୟା

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ : ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ (ଶୁଳ୍କ) ଓ ଜୋରିମନା ଲାଗୁ କରିବା ସହ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍‌ ସହ ମଧ୍ୟ ଉତ୍ତେଜନା ବୃଦ୍ଧି କରାଇଛନ୍ତି , କାରଣ ସେ ରୁଷ୍‌ର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଡିମିତ୍ରୀ ମେଦଭେଦେବଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ଟ୍ରମ୍ପ ଓ ମେଦଭେଦେବଙ୍କ ମଧ୍ୟରେ ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଆମେରକୀୟ ରାଷ୍ଟ୍ରପତି ମେଦଭେଦେବଙ୍କୁ ‘ ରୁଷ୍‌ର ଅସଫଳ ପୂର୍ବତନ ରାଷ୍ଟ୍ରପତି’ କହିଥିଲେ। 

ଭାରତ ଉପରେ ଟାରିଫ୍‌ ଲଗାଇବା ଓ ରୁଷ୍‌ ସହ ବାଣିଜ୍ୟ ସମ୍ୱନ୍ଧ ପାଇଁ ଜୋରିମନା ଲାଗୁ କରିବାର ଘୋଷଣା ପରେ ଟ୍ରମ୍ପ କହିଥିଲେ , ମୋତେ ଏହାର ଚିନ୍ତା ନାହିଁ ଯେ, ଭାରତ ରୁଷ୍‌ ସହ କଣ କରିଥାଏ। 

ସେ କହିଥିଲେ , ମୋତେ ଏଥିରେ କୌଣସି ଫରକ ପଡ଼େ ନାହିଁ ଯେ, ସେମାନେ ନିଜର ମୃତ ଅର୍ଥବ୍ୟବସ୍ଥା ଗୁଡ଼ିକୁ ଏକାଠି ତଳକୁ ନେଇ ପାରନ୍ତି। ଆମେ ଭାରତ ସହ ବହୁତ କମ୍‌ ବାଣିଜ୍ୟ କରିଛୁ ,ତାଙ୍କର ଟାରଫ୍‌ ବହୁତ ଅଧିକ , ଯାହା ବିଶ୍ୱରେ ସବୁଠୁ ଅଧିକ।

ସେ ପୁଟିନଙ୍କର ନିକଟତମ ସହଯୋଗୀଙ୍କ ଉପରେ ଟାର୍ଗେଟ୍‌ କରି କହିଥିଲେ, ଏହିପରି ରୁଷ୍‌ ଓ ଆମେରିକା ମଧ୍ୟ ଏକାଠି ମିଶି ପାଖାପାଖି କୌଣସି ବ୍ୟବସାୟ କରନ୍ତି ନାହିଁ। ଏହାକୁ ସେହିପରି ଛାଡି ଦିଅ। ରୁଷ୍‌ର ଅସଫଳ ପୂର୍ବତନ ରାଷ୍ଟ୍ରପତି ମେଦଭେଦେବ , ଯିଏ ଏବେବି ନିଜକୁ ମଧ୍ୟ ରାଷ୍ଟ୍ରପତି ଭାବନ୍ତି , ତାଙ୍କୁ କୁହ କି , ସେ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ସେ ବହୁତ ବିପଜ୍ଜନକ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। 

ଜବାବରେ, ମେଦଭେଦେବ ପାଲଟା ଆକ୍ରମଣ କରି ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି , ଯଦି ରୁଷ୍‌ର ପୂର୍ବତନ ରାଷ୍ଟ୍ରପତିଙ୍କ କିଛି ଶବ୍ଦ ଆମେରିକାର ଶକ୍ତିଶାଳୀ ରାଷ୍ଟ୍ରପତିଙ୍କୁ ଏତେ ଆତଙ୍କିତ ପ୍ରତିକ୍ରିୟା ସୃଷ୍ଟି କରିପାରେ, ତ ରୁଷ୍‌ ସଂପୂର୍ଣ୍ଣ ଠିକ୍‌ ଅଛି।

ରଏଟର୍ସର ଏକ ରିପୋର୍ଟ ଅନୁସାରେ , ସେ କହିଥିଲେ , ଆମେ ଆମର ରାସ୍ତାରେ ଆଗକୁ ଆଗେଇ ଚାଲିବୁ। ଟ୍ରମ୍ପଙ୍କ “ମୃତ ଅର୍ଥବ୍ୟବସ୍ଥା” ଭଳି ମନ୍ତବ୍ୟ ଉପରେ କଟାକ୍ଷ କରି ସେ ରୁଷ୍‌ର ଶୀତଳ ଯୁଦ୍ଧ ପରମାଣୁ ରଣନୀତିର ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେପର୍ଯ୍ୟନ୍ତ “ମୃତ ଅର୍ଥବ୍ୟବସ୍ଥା” ଓ  “ ବିପଜ୍ଜନକ କ୍ଷେତ୍ର”ର  କଥା କହିବା , ତ  ବୋଧହୁଏ ତାଙ୍କୁ ତାଙ୍କର ପସନ୍ଦର ଜୋମ୍ୱି ଫିଲ୍ମ ଗୁଡିକ ପୁଣି ଥରେ ଦେଖିବା ଉଚିତ ଏବଂ ମନେରଖିବା ଉଚିତ୍‌ ଯେ, ତଥାକଥିତ ‘ ଡେଡ୍‌ ହ୍ୟାଣ୍ଡ’ , ଯାହାର ଅସ୍ତିତ୍ୱ ହିଁ ନାହିଁ , କେତେ ବିପଜ୍ଜନକ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.