ନୂଆଦିଲ୍ଲୀ: ୟୁକ୍ରେନ ଦ୍ବାରା ଲଗାଯାଇଥିବା ଅଭିଯୋଗକୁ ଖାରଜ୍ କରିଛି ଋଷ୍ । କୀବରେ ଥିବା ଭାରତୀୟ ଫାର୍ମା କମ୍ପାନି ଗୋଦାମ ଉପରେ ରୁଷିଆ ମିସାଇଲ୍ ମାଡ଼ କରିନାହିଁ । ବରଂ ୟୁକ୍ରେନ୍ ଆଣ୍ଟି ମିସାଇଲ୍ ସିଷ୍ଟମ ଦ୍ବାରା କୁସୁମ ହେଲ୍ଥକେୟାର ଗୋଦାମ ଛାରଖାର୍ ହୋଇଛି । ଋଷ୍ ସେନା ଭାରତୀୟ ଫାର୍ମା କମ୍ପାନି ଗୋଦାମକୁ ଟାର୍ଗେଟ୍ କରି ମିସାଇଲ୍ ହମଲା କରିଥିଲା ବୋଲି ୟୁକ୍ରେନ୍ ସେନା ଦାବି କରିଥିଲା ।
ଋଷ୍ ଦୂତାବାସ ଏକ ବୟାନ ଜାରି କହିଛି, ୨୦୨୫ ଏପ୍ରିଲ୍ ୧୨ ତାରିଖରେ ରୁଷିଆ ସେନା କୀବ୍ର ପୂର୍ବ ସୀମାରେ ହମଲା କରିଥିଲା । ହେଲେ ସେମାନେ ଭାରତୀୟ କମ୍ପାନି କୁସୁମ ହେଲ୍ଥକେୟାର ଗୋଦାମକୁ ଟାର୍ଗେଟ୍ କରିନାହିଁ । ରୁଷିଆ ସେନାର ଏଭଳି କିଛି ଲକ୍ଷ୍ୟ ମଧ୍ୟ ନାହିଁ । ଏହି ଆକ୍ରମଣ ୟୁକ୍ରେନ ଆଣ୍ଟି ମିସାଇଲ୍ ସିଷ୍ଟମ ଦ୍ବାରା ହୋଇଛି । ଫର୍ମା କମ୍ପାନି ଗୋଦାମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି ।
ଏହା ପୂର୍ବରୁ ଭାରତରେ ଥିବା ୟୁକ୍ରେନ ଦୂତାବାସ ସୋସିଆଲ୍ ମିଡିଆ ଦାବି କରିଥିଲା ଯେ, ଭାରତୀୟ ଫାର୍ମା କମ୍ପାନି ଗୋଦାମ ଉପରେ ଋଷ୍ ଜାଣିଶୁଣି ମିସାଇଲ୍ ମାଡ଼ କରିଛି । ଏଥିରେ ଗୋଦାମଟି ଧ୍ବଂସ ହୋଇଯାଇଛି । ଅନ୍ୟ ଏକ ପୋଷ୍ଟରେ କୁସୁମ ଗୋଦାମକୁ ଋଷ୍ ଟାର୍ଗେଟ୍ କରିଥିଲା ବୋଲି କୁହାଯାଇଥିଲା । ସେପଟେ ମସ୍କୋ ଏହାକୁ ଖାରଜ୍ କରି କହିଛି, ଭାରତ ସହିତ ଋଷ୍ର ବିଶେଷ ମିତ୍ରତା ରହିଛି । ତେଣୁ ଏହି ହମଲା ସେମାନଙ୍କ ଦ୍ବାରା ହୋଇନାହିଁ ବରଂ ଏହା ୟୁକ୍ରେନ୍ ଆଣ୍ଟି ମିସାଇଲ୍ ସିଷ୍ଟମ ଦ୍ବାରା ହୋଇଛି ।....