ଭୁବନେଶ୍ୱର ୨୫।୦୩ : ଗୁରୁବାର ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥି ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରଥରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର । ରଥ କାମ ୮୫ ପ୍ରତିଶତ ସରିଥିବା ବେଳେ ଆଜି ବଳକା କାମ ସରିଯିବ । ସନ୍ଧ୍ୟାରେ ରଥ ପ୍ରତିଷ୍ଠା ହେବ ।

Also Read:-Bus Accident : ରାଜଧାନୀକୁ ଯାଉଥିବା ବେଳେ ଓଲଟି ପଡିଲା ବସ୍ : ୨ ମୃତ, ୨୩ ଗୁରୁତର

ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରା ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । କାଲି ଭୋର ୪ଟାରୁ ୪ଟା ୩୦ ଯାଏଁ ଠାକୁରଙ୍କ ମଙ୍ଗଳ ଆଳତି ହେବ। ଏହା ପରେ ଠାକୁରଙ୍କ ବେଶ ନୀତି ହେବ । ଦିନ ୧୦ଟା ୪୫ରୁ ପହଣ୍ଡି ଯାତ୍ରା । ୧ଟା ୪୫ରୁ ୨ଟା ୩୦ ଘୋଡାବନ୍ଧା, ରଥ ଚାରମାଳ ଖୋଲା । ଅପରାହ୍ଣ ୨ଟା ୩୦ରେ ରଥ ଟଣା ନୀତି ଆରମ୍ଭ ହେବ । ସଂଧ୍ୟା ୬ଟା ୩୦ ସୁଦ୍ଧା ରାମେଶ୍ବର ମନ୍ଦିରକୁ ବିଜେ କରିବେ ଲିଙ୍ଗରାଜ ମହାପ୍ରଭୁ । ଏହା ପରେ ନୀତିକାନ୍ତି ଆରମ୍ଭ ହେବ । ୭ ଟା ୩୦ ପରେ ଆରମ୍ଭ ହେବ ବଡ଼ସିଂହାର ବେଶ ।

Also Read:-LPG Crisis Highlights: ଗ୍ୟାସ ବୁକିଂ ନିୟମରେ ବଡ ପରିବର୍ତ୍ତନ, ଏବେ ୩୫ ଦିନ ପରେ ବୁକ୍ କରିପାରିବେ ସିଲିଣ୍ଡର

ସେପଟେ ବିଧି ପରମ୍ପରା ଅନୁଯାୟୀ ମିରିଚୀ କୁଣ୍ଡ ପାଣିରେ ରୁକୁଣା ରଥ ପ୍ରତିଷ୍ଠା ହେବ । ତେଣୁ ଆଜି ମରିଚୀ କୁଣ୍ଡ ପାଣି ନିଲାମ ହେବ । ୩୦ ତାରିଖରେ ବାହୁଡା ଯାତ୍ରା ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ । ଶାନ୍ତି ଶୃଙ୍ଖଳାରେ କିଭଳି ଭକ୍ତ ରଥଯାତ୍ରାରେ ସାମିଲ ହେବେ ସେଥିପାଇଁ ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।

Watch Video:-