ନୂଆଦିଲ୍ଲୀ,୨୫ /୦୩: ଓଲଟି ପଡିଲା ବସ୍ । ଜୀବନ ହାରିଲେ ଦୁଇ ଯାତ୍ରୀ । ଏହାସହ ୨୩ ଯାତ୍ରୀ ଆହତ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ ।

ରିପୋର୍ଚ ଅନୁସାରେ, ମଙ୍ଗଳବାର ରାତିରେ ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଯାତ୍ରୀଙ୍କୁ ନେଇ ଆସୁଥିବା ସ୍ଲିପର୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଇ ଜଣ ୟାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୨୩ଜଣ ଆହତ ହୋଇଛନ୍ତି । ଅନ୍ୟ ଦିଗରେ ୩୦ରୁ୩୫ ଯାତ୍ରୀଙ୍କୁ ବସ ମଧ୍ୟରୁ ଉଦ୍ଧାର କରାଯାଇଛି ।

Also Read :- ଦୁର୍ଘଟଣାରେ ଜୀବନ ହାରିଲେ ଅଭିନେତ୍ରୀ, ଡିଭାଇଡରରେ ପିଟି ହୋଇଗଲା କାର୍...ମ୍ୟୁଜିକ୍ ଭିଡିଓରେ କରିଛନ୍ତି କାମ

କୁହାଯାଉଛି ଯେ, ବସଟି ରାଜସ୍ଥାନରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ରାତି ପ୍ରାୟ ଟାରେ ଝାଣ୍ଡେଓ୍ୱାଲାନ୍ ମନ୍ଦିର ପାଖରେ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ନୋଏଡା ଅଭିମୁଖେ ଯାଉଥିବା ବେଳେ ବସଟି ଦୁର୍ଘଟଣାର ଶିକାର ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ ଅଘଟଣ ପରେ ଯାତ୍ରୀମାନଙ୍କ ଚିତ୍କାରରେ ସ୍ଥାନୀୟ ଅଞ୍ଚଳ ଫାଟି ପଡିଥିଲା ।

କରୋଲବାଗ ପୋଲିସ କହିଛି ଯେ, ତଦନ୍ତ ଚାଲିଛି । ଏବେ ବସକୁ ରାସ୍ତା କଡକୁ ନିଆଯାଇଛି । ଯାନବାହାନ ଚଳାଚଳ ସ୍ୱାଭାବିକ ଅଛି । ମୃତାହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପ୍ରାଣ ହରାଇଥିବା ଦୁଇ ଯାତ୍ରୀଙ୍କ ମଧ୍ୟରେ ଜଣେ ଉତ୍ତର ପ୍ରଦେଶର ରହିଛନ୍ତି । ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।