‘ଆମ ଭୋଟ୍‌, ଆମ ରୁଚି’: ଭୋଟ୍‌ ସଚେତନତା ପାଇଁ ରୁଚି ଚା’ର ଅଭିନବ ବାର୍ତ୍ତା

Published By : Prameya-News7 Bureau | May 08, 2024 IST

ଭୁବନେଶ୍ୱର:  ଓଡ଼ିଶାର ଘରେ ଘରେ ବେଶ୍‌ ଲୋକପ୍ରିୟ ୪୮ବର୍ଷର ରୁଚି ଫୁଡ଼୍‌ଲାଇନ୍ ପକ୍ଷରୁ ଉତ୍ପାଦିତ ରୁଚି ଚା’ର ଜନ ସଚେତନତାମୂଳକ ବାର୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିତ ହୋଇଛି । ଅଳ୍ପଦିନ ଭିତରେ ରୁଚି ବ୍ରାଣ୍ଡ ଚା’ ନିଜର ସ୍ୱାଦ ଓ ଗୁଣାତ୍ମକମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରାବେଶ୍ ଆଦୃତି ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏକ ଅଭିନବ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି ।

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରମାନଙ୍କୁ ସଚେତନ କରିବା ସହିତ କାହାଦ୍ୱାରା ପ୍ରଭାବିତ ନହୋଇ ନିଜର ମୂଲ୍ୟବାନ ଭୋଟ ଦେବାକୁ ମଧ୍ୟ ଏହିବିଜ୍ଞାପନ ବାର୍ତାରେ କୁହାଯାଇଛି । ଏଥିପାଇଁ ରୁଚିର ଟ୍ୟାଗ୍‌ଲାଇନ୍‌ ରହିଛି ‘ଆମ ଭୋଟ୍‌-ଆମ ରୁଚି’ । 

ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆସ୍ୱାଦ ଓ ନୂଆ ଚଏସ୍‌ର ସାମଗ୍ରୀଯୋଗାଇ ଦେବା ଆମର ମୂଳଲକ୍ଷ୍ୟ ।  ସୂଚନାଯୋଗ୍ୟ ଯେ, ବର୍ତମାନ ବଜାରରେ ‘ରୁଚି’ର ୪ ପ୍ରକାର ଚା’- ଉତ୍କଳ ଡଷ୍ଟ, ଉତ୍କର୍ଷ ପ୍ରିମିୟମ, ଇଲାଇଚ ଓ ଉତ୍କର୍ଷ ଲିଫ୍‌ ମିଳୁଛି ।

‘ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ, ପୂର୍ବ ଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଚା’ ‘ରୁଚି’ ପକ୍ଷରୁ ଆମଦାନି କରି ଏହାର ବଜାର ପ୍ରବେଶ କରାଯାଇଛି । ବର୍ତମାନ ସମୟରେ ଯୁବ ବର୍ଗ ସମେତ ସବୁ ଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତା ଦେଇ ନିଜରସଠିକ ଓ ଉଚିତ ନିଷ୍ପତି ନେବା ପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ ।

ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକ ମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ଏବେ ୩୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି । ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଲିନା ସାହୁ ଓ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ‘ରୁଚି’ର ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।  

ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ସ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ନ୍ୟାୟବ୍ରତ ରାଉତ, ହ୍ୱାଇଟ୍‌ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ଚିଣ୍ଟୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଟିଭି ଜଗତର ଜଣାଶୁଣା କଳାକାର ଅଙ୍କିତା ଓ ଦୀପାନ୍ୱିତ ଓଡ଼ିଶାର ଗ୍ରାହକମାନଙ୍କ ପାଖରେ ରୁଚି ଚା' ପକ୍ଷରୁ ପ୍ରସ୍ତୁତ ଦମଦାର୍ ଓଡ଼ିଶା ପାଇଁ ଏଇ ଅଭିନବ ବାର୍ତ୍ତା ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.