ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଜୋର, କଂଗ୍ରେସ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା

Published By : Prameya-News7 Bureau | May 30, 2024 IST

ଚଣ୍ଡିଖୋଲ ୩୦।୫: ଚତୁର୍ଥ ପର୍ଯ୍ୟାୟ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଗୁରୁବାର ପ୍ରଚାରର ଶେଷ ଦିନ ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଶେଷ ପ୍ରୟାସ କରୁଛନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । କଂଗ୍ରେସ ପ୍ରାର୍ଥୀ କିଶାନ ପଣ୍ଡା ଗୁରୁବାର ୧୩ ନଂ ଜୋନ୍‌ର ନୂଆଗାଁରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଭୋଟ୍ ଭିକ୍ଷା କରିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହ କଂଗ୍ରେସକୁ ସମର୍ଥନ କରିବାକୁ ନିବେଦନ କରିଥିଲେ ।


You Can Read :

ଧର୍ମଶାଳା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା, ଯୋଗଦେଲେ ସିନେ ତାରକା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.