ମୁମ୍ଵାଇ ୩୦।୦୫: ବଲିଉଡ୍ ଅଭିନେତା ସନ୍ନି ଦେଓଲ । ଫିଲ୍ମ 'ଗଦର' ପରେ ସନି ଦେଓଲ 'ଗଦର ୨'ର ପ୍ରୋଜେକ୍ଟରେ କାମ କରୁଛନ୍ତି। ହେଲେ ଏବେ ସେ ଅଡୁଆରେ ପଡିଛନ୍ତି । ନିକଟରେ ନିର୍ମାତା ସୌରଭ ଗୁପ୍ତା ଅଭିନେତାଙ୍କୁ ଠକେଇ, ମିଛ କହିବା ଏବଂ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ଏନେଇ ସୌରଭ ଗୁପ୍ତା କହିଛନ୍ତି ଯେ ସନ୍ନି ଦେଓଲ ୨୦୧୬ରେ ତାଙ୍କ ଠାରୁ ଆଡଭାନ୍ସ ପେମେଣ୍ଟ ନେଇଥିଲେ ଏବଂ ଏକ ଫିଲ୍ମ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ 'ଗଦର ୨' ଏକ ବଡ଼ ହିଟ୍ ହେବା ପରେ ସେ ଫିଲ୍ମ କରିବା ବନ୍ଦ କରିଦେଇଥିଲେ। ଚଳଚ୍ଚିତ୍ର ନିର୍ମାତା ସୌରଭ ଗୁପ୍ତା କହିଛନ୍ତି ଯେ ସନି ୨୦୧୬ରେ ଏହି ଫିଲ୍ମରେ ଦସ୍ତଖତ କରିଥିଲେ। ଯେଉଁଥିରେ ତାଙ୍କ ଫି ୪କୋଟି ଟଙ୍କା ଥିଲା। ସୌରଭ କହିଛନ୍ତି-'ଆମେ ତାଙ୍କୁ ୧ କୋଟି ଟଙ୍କା ଆଡଭାନ୍ସ ଦେଇଥିଲୁ, କିନ୍ତୁ ଫିଲ୍ମ ଆରମ୍ଭ କରିବା ପରିବର୍ତ୍ତେ ସେ ପୋଷ୍ଟର ବୟସ୍ (୨୦୧୭) ପାଇଁ ସୁଟିଂ ଆରମ୍ଭ କରିଥିଲେ।
ସନି ଦେଓଲଙ୍କୁ ଦୋଷାରୋପ କରି ସୌରଭ ଆହୁରି କହିଛନ୍ତି ଯେ ସନି ତାଙ୍କ କମ୍ପାନୀ ସହିତ ୨୦୨୩ ମସିହାରେ ଏକ ନକଲି ଚୁକ୍ତି କରିଥିଲେ। ଯେତେବେଳେ ଆମେ ଚୁକ୍ତିନାମା ପଢିଲୁ, ଆମେ ଦେଖିଲୁ ଯେ ସେମାନେ ନିଜେ ମଧ୍ୟମ ପୃଷ୍ଠା ପରିବର୍ତ୍ତନ କରିଛନ୍ତି। ଯେଉଁଠାରେ ଫି ଆମାଉଣ୍ଟ ୪ କୋଟିରୁ ୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଲାଭ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।