News7 Logo

ଗୋବର୍ଦ୍ଧନ ମଠରେ ରାଜ ପରିବାରର ମେଳି, ମନ୍ଦିରଗୁଡିକର ବିକାଶ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ଆଲୋଚନା

NEWS7
RAJAPARIWAR

ପୁରୀ: ଗୋବର୍ଦ୍ଧନ ମଠରେ ରାଜ ପରିବାରର ମେଳି ହୋଇଛି । ଶନିବାର ଗୋବର୍ଦ୍ଧନ ମଠ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ସୁନ୍ଦରଗଡ଼ ରାଜ ପରିବାରର ରାଣୀ ମାଆ ବିଜ୍ଞାନୀ ଦେବୀ । ସେହିପରି ନୀଳଗିରି, ଖଣ୍ଡପଡା, ବାମଡା, ଆଳି, ତାଳଚେର ଆଦି ରାଜ ପରିବାର ରାଜା ଓ ରାଣୀ ମାଆ ଗୁରୁଜୀଙ୍କୁ ଭେଟିଛନ୍ତି । ଦେବୋତ୍ତର ବିଭାଗର ନିୟମରେ ବନ୍ଧା ରହିଥିବା ରାଜ ପରିବାରର କୁଳ ଦେବାଦେବୀଙ୍କ ମନ୍ଦିରରେ ଅଚଳାବସ୍ଥା ଦେଖା ଦେଇଛି । ତେଣୁ କିଭଳି ମନ୍ଦିରଗୁଡିକର ବିକାଶ ଓ ପୂଜା ନୀତି ଶୃଙ୍ଖଳିତ ହେବ ସେ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଓ ପରାମର୍ଶ ନେଇଛନ୍ତି ରାଜ ପରିବାର ।

ରାଜ ପରିବାର ପକ୍ଷରୁ ନୀଳଗିରି ରାଣୀ ମାଆ ନିଜେ ପ୍ରତିନିଧିତ୍ଵ କରୁଥିବା ବେଳେ ଅନେକ ରାଜ ପରିବାରର ପ୍ରତିନିଧି ଉପସ୍ଥିତ ରହିଥିଲେ । ଗୋବର୍ଦ୍ଧନ ମଠରେ ଆଜି ଭେଟିବା ପୂର୍ବରୁ ନୀଳଗିରି ରାଣୀ ମାଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇସାରିଥିବା ବେଳେ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ଗୁରୁଜୀଙ୍କର ପରାମର୍ଶ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଣୀ । ସେପଟେ ଖୁବଶୀଘ୍ର ସମସ୍ତ ରାଜ ପରିବାର ଏକାଠି ହୋଇ ଆଲୋଚନା କରି ସରକାରଙ୍କ ସହ ଏ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ରାଜଗୁରୁ ।