ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶରେ ଜିଏସ୍‌ଟି ହ୍ରାସ ପରେ ଏହାର ଫାଇଦା ଜନ ସାଧାରଣଙ୍କୁ ଦେବାକୁ ବିଭିନ୍ନ ମୋଟରସାଇକେଲ କମ୍ପାନୀ ସେମାନଙ୍କର ବାଇକ୍‌ର ମୂଲ୍ୟ ହ୍ରାସ କରୁଛନ୍ତି। ଟିଭିଏସ, ୟାହାମା, ବାଜାଜ ପରେ ଏବେ ରୟାଲଏନଫିଲ୍ଡ ମଧ୍ୟ ମୋଟରସାଇକେଲ୍‌ର ମୂଲ୍ୟ ହ୍ରାସ କରିଛି। ୩୫୦ ସିସିର ମୋଟରସାଇକେଲ ଉପରେ ଜିଏସ୍‌ଟି ୨୮ ପ୍ରତିଶତରୁ ୧୮ ପ୍ରତିଶତ କରାଯାଉଥିବାରୁ ପାଇଁ କମ୍ପାନୀ ଏହି ସେଗ୍‌ମେଣ୍ଟର ବାଇକ ମୂଲ୍ୟ କାଟ୍ କରିବ।

ରୟାଲ ଏନଫିଲ୍ଡର ୩୫୦ ସିସି ରେଞ୍ଜରେ- କ୍ଲାସିକ୍ ୩୫୦, ବୁଲେଟ୍ ୩୫୦, ହଣ୍ଟର ୩୫୦, ଏବଂ ମେଟିଓର ୩୫୦ ଭଳି ବେଷ୍ଟସେଲର ମୋଟରସାଇକେଲ ରହିଛି। ଏହି ବାଇକଗୁଡ଼ିକ ଉପରେ ୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରାଯାଇପାରେ। ୩୫୦ ସିସିରୁ ଅଧିକ ମୋଟରସାଇକେଲର ମୂଲ୍ୟ ନୂଆ ଜିଏସ୍‌ଟି ହାର ହିସାବରେ ବର୍ଦ୍ଧିତ ଦର ଲାଗୁ କରାଯିବ। ୨୨ ସେପ୍ଟେମ୍ବର ୨୦୨୫ ରୁ ଗ୍ରାହକମାନଙ୍କ ପାଇଁ ଅପଡେଟ୍ ହୋଇଥିବା ମୂଲ୍ୟ ଉପଲବ୍ଧ ହେବ। ତେବେ ଦାମ କେତେ କମାଯିବ ସେ ନେଇ କମପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ୩୫୦ ସେଗ୍‌ମେଣ୍ଟରେ ପୂର୍ବରୁ ଯେଉଁ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇ ବିକ୍ରି କରାଯାଉଥିଲା ତାହା ୧୮ ପ୍ରତିଶତ ଜିଏସ୍‌ଟି ସ୍ଲାବ ଅନୁସାରେ ବିକ୍ରି କରାଯିବ। ଅର୍ଥାତ ପୂର୍ବ ମୂଲ୍ୟ ତୁଳନାରେ ୧୦ ପ୍ରତିଶତ ମୂଲ୍ୟ ହ୍ରାସ କରାଯିବ। ତେବେ ନୂଆ ଦର କେତେ ହେବ କମ୍ପାନୀ ସେପ୍ଟେମ୍ବର ୨୨ ତାରିଖରେ ଏହାର ଖୁଲାସା କରିବ ବୋଲି କହିଛି।

​​​​​​​