LIVE TV

୩୮ ବର୍ଷରେ ବି ରୋହିତଙ୍କ ଜଲୱା ଜାରି, ଅଷ୍ଟ୍ରେଲିଆରେ ଷଷ୍ଠ ଶତକ ମାରି କଲେ ରେକର୍ଡ, ସଚିନଙ୍କୁ ପଛରେ ପକାଇଲେ କୋହଲି

NEWS7
rohit

ନୂଆଦିଲ୍ଲୀ: ହିଟ୍‌ମ୍ୟାନ୍ ରୋହିତ୍ ଶର୍ମା ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ଏକ ଅଦ୍ଭୂତ ଉପଲବ୍ଧ ନିଜ ନାଁରେ କରିଛନ୍ତି । ରୋହିତ୍ ଶର୍ମା ଶତକର ଅର୍ଦ୍ଧଶତକ ହାସଲ କରିଛନ୍ତି । ଭିଣ୍ଟେଜ୍ ହିଟମ୍ୟାନ୍ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ କମବ୍ୟାକ୍ କରି ନିଜ ଜଲୱା ଦେଖାଇଛନ୍ତି । ଭାରତୀୟ କ୍ରିକେଟ୍ ଟିମର ଓପନର ରୋହିତ୍ ଶର୍ମାଙ୍କ ବ୍ୟାଟ୍ ସିଡନୀରେ କଙ୍ଗାରୁଙ୍କ ବିପକ୍ଷରେ ଖୁବ୍ ଗର୍ଜିଛି । ସିରିଜର ଶେଷ ମ୍ୟାଚ୍‌ରେ ରୋହିତ୍ ନିଜ ଦିନିକିଆ କ୍ୟାରିୟରର ୩୩ତମ ଶତକ ମାରିଛନ୍ତି । ଏହା ବ୍ୟତୀତ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କ୍ୟାରିୟରରେ ଏହା ୫୦ତମ ଶତକ ହୋଇଛି । ଏପରି କରିବାରେ ଦୁନିଆର ସେ ୧୦ମ ଖେଳାଳି ହୋଇଛନ୍ତି । ଅନ୍ୟପଟେ ଶତକ ବଳରେ କୋହଲି ଓ ସଙ୍ଗକାରାଙ୍କ ରେକର୍ଡକୁ ଏକାସଙ୍ଗରେ ଧ୍ୱସ୍ତ କରିଛନ୍ତି । ରୋହିତ୍ ଏହି ମ୍ୟାଚ୍‌ରେ ଅପରାଜିତ ୧୨୧ ରନ୍ କରି ଭାରତକୁ ୯ ୱିକେଟରେ ବିଜୟୀ କରାଇଛନ୍ତି ।

ଅଷ୍ଟ୍ରେଲିଆରେ ୱାନଡେରେ ଏହା ରୋହିତ ଶର୍ମାଙ୍କ ଷଷ୍ଠ ଶତକ । କଙ୍ଗାରୁ ମାଟିରେ ସବୁଠୁ ଅଧିକ ଶତକ ହାସଲ କରିଥିବା ବିଦେଶୀ ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ବିରାଟ କୋହଲି ଓ କୁମାର ସଙ୍ଗକାରାଙ୍କୁ ପଛରେ ପକାଇଛନ୍ତି । ଦୁହେଁ ଅଷ୍ଟ୍ରେଲିଆରେ ୫ଟି ଲେଖାଏଁ ଶତକ ମାରିଛନ୍ତି । କେବଳ ଅଷ୍ଟ୍ରେଲିଆରେ ୩୩ ମ୍ୟାଚ୍ ଖେଳି ଷଷ୍ଠ ଶତକ ମାରିଛନ୍ତି ।

ରୋହିତ୍ ଶର୍ମା-୬ (୩୩ ଇନିଂସ)

ବିରାଟ କୋହଲି-୫ (୩୨ ଇନିଂସ)

କୁମାର ସଙ୍ଗକାରା-୫ (୪୯ ଇନିଂସ)

ଟାର୍ଗେଟ୍ ପିଛା କରି ଶତକ ମାରିବାରେ ରେକର୍ଡ

ରୋହିତ ଶର୍ମା ଟାର୍ଗେଟ୍ ପିଛା କରି ଦିନିକିଆରେ ସବୁଠୁ ଅଧିକ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ସଚିନଙ୍କ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଟାର୍ଗେଟ୍ ପିଛା କରି ରୋହିତ୍ ଦିନିକିଆରେ ୧୭ ଶତକ ମାରିଛନ୍ତି । ୱାନଡେରେ ଟାର୍ଗେଟ୍ ପିଛା କରି ସବୁଠୁ ଅଧିକ ୨୮ ଶତକ ବିରାଟ କୋହଲିଙ୍କ ନାଁରେ ଅଛି ।

ଅଷ୍ଟ୍ରେଲିଆରେ ପ୍ରଥମ ଦୁଇ ମ୍ୟାଚରେ ଶୂନରେ ଆଉଟ୍ ହୋଇଥିବା ବିରାଟ କୋହିଲ ମଧ୍ୟ ଶେଷ ମ୍ୟାଚରେ କମବ୍ୟାକ୍ କରିଛନ୍ତି । ୫୬ ବଲ ଖେଳି ନିଜ କ୍ୟାରିୟରର ୭୫ତମ ଅର୍ଦ୍ଧଶତକ ମାରି ରେକର୍ଡର ଲମ୍ୱା ଲାଇନ୍ ଲଗାଇଛନ୍ତି । ଟାର୍ଗେଟ୍ ପିଛା କରି ସର୍ବାଧିକ ୫୦ ପ୍ଲସ୍ ରନ୍ କରିବାରେ ସଚିନଙ୍କୁ ପଛରେ ପକାଇଛନ୍ତି । କୋହଲି ଦିନିକିଆରେ ୭୦ଥର ଚେଜ୍ କରି ୫୦ରୁ ଅଧିକ ରନ୍ କରିଛନ୍ତି । ସଚିନ ୫୯ଥର ୫୦ରୁ ଅଧିକ ରନ୍ କରିଛନ୍ତି ।

ରୋହିତ ଓ କୋହଲି ଦିନିକିଆରେ ୧୦୧ ମ୍ୟାଚରେ ପାର୍ଟନର ହୋଇଥିଲେ । ଦୁହେଁ ମଧ୍ୟରେ ମୋଟ ୫୩୦୦ ରନରୁ ଅଧିକ ପାର୍ଟନରଶିପ୍ ହୋଇଛି । ଭାରତ ପାଇଁ ଦିନିକିଆରେ ସବୁଠୁ ଅଧିକ ରନ୍ କରିବାରେ ଦ୍ୱିତୀୟ ଯୋଡ଼ି ହୋଇଛନ୍ତି । ଏହି ଫର୍ମାଟରେ ସଚିନ ଓ ଗାଙ୍ଗୁଲିଙ୍କ ଯୋଡ଼ି ୮୨୨୭ ରନର ପାର୍ଟନରଶିପ ସହ ପ୍ରଥମ ସ୍ଥାନରେ ଅଛନ୍ତି । ରୋହିତ୍ ଓ କୋହଲିଙ୍କ ମଧ୍ୟରେ ୧୯ଥର ଶତକ ଓ ୧୮ଥର ଅର୍ଦ୍ଧଶତକୀୟ ପାର୍ଟନଶିପ୍ ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ଦିନିକିଆ ସିରିଜକୁ ଭାରତ ୧-୨ରେ ହରାଇଛି । କିନ୍ତୁ ତୃତୀୟ ମ୍ୟାଚ୍‌ରେ ଭାରତ ଚମତ୍କାର ପ୍ରଦର୍ଶନ କରି ନଅ ୱିକେଟରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୩୬ ରନରେ ଅଲଆଉଟ୍ କରିଥିଲା । ପରେ ରୋହିତଙ୍କ ଅପରାଜିତ ଶତକ ଯୋଗୁଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । କଙ୍ଗାରୁ ବିପକ୍ଷ ଏହି ସିରିଜରେ ରୋହିତ ଶର୍ମା ସର୍ବାଧିକ ରନ୍ ସ୍କୋରର । ସେ ତିନୋଟି ମ୍ୟାଚ୍ ରେ ୧୦୧ ହାରରେ ୨୦୨ ରନ୍ କରିଥିଲେ ରୋହିତଙ୍କୁ ତାଙ୍କ ବ୍ୟାଟିଂ ପାଇଁ ପ୍ଲେୟର ଅଫ୍ ଦ ସିରିଜ୍ ଘୋଷଣା କରାଯାଇଛି ।