ଭଦ୍ରକ ୧।୮: ଭଦ୍ରକ ଜିଲ୍ଲା ଲଗାତାର ଭାବେ ଦୁଇ ଦୁଇଟି ବନ୍ୟାର ସମ୍ମୁଖୀନ ହୋଇଛି । ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର କେତେକ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳର ଲଗାଣ ବର୍ଷା ଏଥର ଲଗାତାର ଭାବେ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ଆଦି ଅଞ୍ଚଳରେ ଦୁଇ ଦୁଇ ଥର ଲଗାତାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ବୈତରଣୀ ଓ ଏହାର ଶାଖା ନଦୀ ଅଞ୍ଚଳରେ ପାଣି କମ ହେବା ମାତ୍ରକେ କେତେକ ସ୍ଥାନରେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅଧୀନ ଅସ୍ଥକ ଗ୍ରାମର ତଳ ଅସ୍ତକ ନିକଟରେ ପ୍ରାୟ ୧୫୦ ଫୁଟର ନଦୀ ବନ୍ଧ ଧସିଛି ।
ତେବେ ଅନେକ ସ୍ଥାନରେ ବୈତରଣୀ ନଦୀ ବନ୍ଧ ନିକଟରେ ଏବେ ମଧ୍ୟ ବାଲି ବସ୍ତା ପ୍ୟାକିଂ କରାଯାଉଥିବା ବେଳେ ଅନେକ ସ୍ଥାନରେ ବାଲି ବସ୍ତା ବନ୍ଧରେ ପକାଯାଇଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ନଦୀର ପାଣି ବନ୍ଧ ଉପରୁ ଖସିବା ମାତ୍ରକେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । କିଛି ସ୍ଥାନରେ ବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜିଲାଣି । ତେଣୁ ସ୍ଥାୟୀ ପ୍ରତିକାରର ଆବଶ୍ୟକତା ରହିଛି । କଂକ୍ରିଟ ୱାଲ୍ ହିଁ କେବଳ ବିକଳ୍ପ ହୋଇପାରିବ । ତେବେ ଜିଲ୍ଲାପାଳ କହିଛନ୍ତି ଯେ, ମୌସୁମୀ ଆସିଲେ ବନ୍ଧ ସୁଦୃଢ଼ୀକରଣ ହୁଏ । ଆଖୁଆପଦା ଡିଭିଜନ ନଜର ରଖିଛି । ହସନାବାଦ୍ ଅଞ୍ଚଳରେ ନଦୀ ବନ୍ଧ ଧସିବା ଘଟଣା ବିଷୟରେ ସୂଚନା ଅଛି ଓ ଖୁବ୍ ଶୀଘ୍ର ମରାମତି ହେବ ।
You Can Read:
ଜଙ୍ଗଲରେ ହଠାତ୍ ସାମ୍ନାକୁ ଆସିଗଲା ହାତୀ, ଆକ୍ରମଣ ୨ ଫରେଷ୍ଟଗାର୍ଡଙ୍କ ସମେତ ୬ ଆହତ