ICC Rankings: ଶୀର୍ଷ ସ୍ଥାନ ହରାଇଲେ ବରୁଣ ଚକ୍ରବର୍ତ୍ତୀ, ଅଭିଷେକଙ୍କ ପାଇଁ ବିପଦ ସାଜିଲେ ଇଶାନ କିଶନ

NEWS7
review-meeting-on-flood

ICC T20I Rankings: ଟି-୨୦ ବିଶ୍ଵକପ୍ ସମାପନ ପରେ ଆଇସିସି ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। T20 ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ICC ରାଙ୍କିଂରେ ଏକ ବଡ଼ ଝଟକା ଲାଗିଛି। ସେ ଆଉ ନମ୍ବର ଓ୍ଵାନ ବୋଲର ହୋଇ ରହି ନାହାନ୍ତି। ଆଫଗାନିସ୍ତାନର ଲେଗ୍-ସ୍ପିନର ରଶିଦ ଖାନ ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ରଶିଦ ଖାନ ୭୫୩ ରେଟିଂ ପଏଣ୍ଟ ସହିତ ଏକ ନମ୍ବର ବୋଲର ହୋଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ଏବେ ୭୪୦ ରେଟିଂ ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନକୁ ଖସି ଆସିଛନ୍ତି। ଯଶପ୍ରୀତ ବୁମରା ବୋଲରଙ୍କ ରାଙ୍କିଂରେ ଉନ୍ନତି କରି ଷଷ୍ଠ ସ୍ଥାନକୁ ଉଠିଛନ୍ତି। ବ୍ୟାଟିଂ ମାନ୍ୟତାରେ ଅଭିଷେକ ଶର୍ମା ନମ୍ବର ୧ ବ୍ୟାଟର ରହିଛନ୍ତି କିନ୍ତୁ ଇଶାନ କିଶନ ତାଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛନ୍ତି।

ଅଭିଷେକଙ୍କ ପାଇଁ ବିପଦ ପାଲଟିଲେ ଇଶାନ

ଅଭିଷେକ ଶର୍ମା ୮୭୫ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ଇଶାନ କିଶାନ ତାଙ୍କଠାରୁ ମାତ୍ର ଚାରି ପଏଣ୍ଟ ପଛରେ ଅଛନ୍ତି। କିଶାନ ୮୭୧ ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଇଶାନ ପାକିସ୍ତାନୀ ବ୍ୟାଟର ସାହିବଜାଦା ଫରହାନ ଏବଂ ଇଂଲିଶ୍ ଖେଳାଳି ଫିଲ୍ ସଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି। ଶୀର୍ଷ ୧୦ ରେ ଭାରତର ଚାରି ଜଣ ବ୍ୟାଟରଅଛନ୍ତି। ଅଭିଷେକ ଏବଂ ଇଶାନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ନବମ ଏବଂ ତିଲକ ବର୍ମା ସପ୍ତମ ସ୍ଥାନରେ ଅଛନ୍ତି। ହେଲେ ୭୨୨ ପଏଣ୍ଟ ସହ ତଳକୁ ଖସି ନବମରେ ପହଞ୍ଚିଛନ୍ତି।

ବଡ଼ ଲମ୍ପ ମାରିଲେ ସଞ୍ଜୁ ସାମସନ

ସଞ୍ଜୁ ସାମସନ ଆଇସିସି ଟି-୨୦ ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ସେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଟି-୨୦ ରେଟିଂ ହାସଲ କରିଛନ୍ତି। ୬୩୭ ରେଟିଂ ପଏଣ୍ଟ ସହିତ ୨୨ତମ ସ୍ଥାନରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସାମସନ ୬୫ତମ ସ୍ଥାନରେ ଥିଲେ। ତଥାପି ଭାରତକୁ ଟି-୨୦ ବିଶ୍ୱକପ୍ରେ ଚାମ୍ପିଅନ କରାଇବା ପରେ ସାମସନ ଏବେ ୪୩ ବ୍ୟାଟରଙ୍କୁ ପଛରେ ପକାଇ ୨୨ତମ ସ୍ଥାନରେ ପହଞ୍ଚିଛନ୍ତି। ସଞ୍ଜୁ ସାମସନ ଟି-୨୦ ବିଶ୍ୱକପରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ ହୋଇଥିଲେ। ସେ ପାଞ୍ଚଟି ମ୍ୟାଚରେ ୮୦.୨୫ ହାରରେ ୩୨୧ ରନ୍ କରିଥିଲେ। ଏଥିରେ ୨୪ଟି ଛକା ଏବଂ ୨୭ଟି ଚୌକା ସାମିଲ୍। ପାଖାପାଖି ୨୦୦ ଷ୍ଟ୍ରାଇକ୍ ରେଟ୍ ସହ ସେ ବ୍ୟାଟିଂ କରିଥିଲେ।

Also read: ପାକିସ୍ତାନ ଟିମ୍ର ନବକଳେବର: ନୂଆ ଟିମ୍ ଉପରେ କୋଚ୍ଙ୍କ ଭରସା, ପୁରୁଣାଙ୍କୁ ମିଳିଲାନି ସ୍ଥାନ