ନୂଆଦିଲ୍ଲୀ: ଏୟାରଟେଲ୍ ନିଜ ୟୁଜର୍ସଙ୍କୁ ବର୍ଷକ ପାଇଁ Perplexity Pro ସବସ୍କ୍ରିପସନ୍ ଫ୍ରି ଦେବା ପାଇଁ ଘୋଷଣା କରିଥିଲା । ଏବେ ରିଲାଏନ୍ସ ଜିଓ ଘୋଷଣା କରିଛି ଯେ କମ୍ପାନି ଗୁଗଲ ସହ ମିଶି ନିଜ ୟୁଜର୍ସଙ୍କୁ ଫ୍ରି ଏଆଇ ସବସ୍କ୍ରିପସନ୍ ଦେବ । ଜିଓ ଅନୁସାରେ ୟୁଜର୍ସଙ୍କୁ ୧୮ ମାସ ଯାଏ Google AI Pro ସବସ୍କ୍ରିପସନ୍ ଫ୍ରି ମିଳିବ । କମ୍ପାନି କହିଛି ଯେ ଏହା ଭାଲ୍ୟୁ ୩୫୧୦୦ ଟଙ୍କା ହେବ, ଅର୍ଥାତ୍ ୟୁଜର୍ସଙ୍କୁ ଏତିକି ଟଙ୍କାର ସର୍ଭିସ୍ ଫ୍ରିରେ ମିଳିବ ।

ସବୁ ଏଆଇ କମ୍ପାନି ଜାଣନ୍ତି ଯେ ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ । ଯେତେ ଅଧିକ ଉପଭୋକ୍ତା, ସେତେ ଅଧିକ ଡାଟା । ଏହି କାରଣରୁ Perplexity ଏବଂ ChatGPT ପ୍ରଥମେ ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର Pro ସବସ୍କ୍ରିପସନଗୁଡ଼ିକୁ ମାଗଣା କରିଥିଲେ ଏବଂ ଏବେ ଗୁଗଲ ମଧ୍ୟ ସେହିପରି କରୁଛି ।

Perplexity ଏୟାରଟେଲ୍ ସହିତ ସହଭାଗୀ ହୋଇ ଏୟାରଟେଲ୍ ୟୁଜର୍ସଙ୍କୁ ମାଗଣାରେ ପ୍ରୋ ସବସ୍କ୍ରିପସନ୍ ପ୍ରଦାନ କରିବା ଆରମ୍ଭ କରିଛି । ନିକଟରେ, OpenAI ଘୋଷଣା କରିଛି ଯେ ସମସ୍ତ ଭାରତୀୟ ୟୁଜର୍ସ ChatGPT Goର ମାଗଣା ସବସ୍କ୍ରିପସନ୍ ପାଇବେ । ଏବେ ଗୁଗଲ, ରିଲାଏନ୍ସ ଜିଓ ସହିତ ସହଭାଗୀ ହୋଇଛି ।

ଜିଓ ୟୁଜର୍ସ MyJio ଆପ୍ ମାଧ୍ୟମରେ ମାଗଣାରେ Google AI ସବସ୍କ୍ରିପସନ୍ ପାଇପାରିବେ । ଏହି ଯୋଜନାରେ କେବଳ AI ନୁହେଁ ବରଂ 2TB କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ମିଳିବ । ଏହି ଯୋଜନାରେ Notebook LM ଏବଂ Gemini 2.5 Pro ସବସ୍କ୍ରିପସନ୍ ମଧ୍ୟ ସାମିଲ । ଗୁଗଲ୍ ଏଆଇର ଏହି ସବସ୍କ୍ରିପସନ୍‌ରେ ଭିଡିଓ ଜେନେରେସନ୍ ମଡେଲ୍ Veo 3.1 ଏବଂ ଜେମିନି ନାନୋ ବାନାନା ମଧ୍ୟ ସାମିଲ ଅଛି । କମ୍ପାନି କହିଛି ଯେ ପ୍ରଥମେ ୧୮ରୁ ୨୫ ବର୍ଷ ବୟସର ୟୁଜର୍ସ ପାଇଁ ଉପଲବ୍ଧ ହେବ, ଯେଉଁମାନେ ଅନଲିମିଟେଡ୍ Jio 5G ପ୍ଲାନ୍ ବ୍ୟବହାର କରୁଛନ୍ତି । ପରେ ଏହି ଅଫରକୁ ଭାରତର ସମସ୍ତ ଜିଓ ୟୁଜରଙ୍କ ପାଇଁ ଲାଗୁ କରିବ ।