ନୂଆଦିଲ୍ଲୀ: ଆରସିବି ଓ Uber ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏକ ବିଜ୍ଞାପନକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି, ଯେଉଁଥିରେ ଏସ୍ଆରଏଚ୍ ପାଇଁ ଆଇପିଏଲ୍ ଖେଳୁଥିବା ଅଷ୍ଟ୍ରେଲିଆର କ୍ରିକେଟର ଡ୍ରାଭିସ୍ ହେଡ୍ ନଜର ଆସିଛନ୍ତି । ଆରସିବି ଅନୁସାରେ ବିଜ୍ଞାପନରେ ତାଚ୍ଛଲ୍ୟ କରି “Royally Challenged Bengaluru” କୁହାଯାଇଛି । ଉବେର-ଇଣ୍ଡିଆକୁ ଏହି ବିଜ୍ଞାପନ ଏବେ ମହଙ୍ଗା ପଡ଼ିବାକୁ ଯାଉଥିବା ନଜର ଆସୁଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିବାଦୀୟ ବିଜ୍ଞାପନକୁ ମାମଲା ଦାଖଲ କରିଛି । ଆରସିବି କହିଛି ଯେ ବିଜ୍ଞାପନରେ ବ୍ୟବହାର କରାଯାଇଥିବା ଶବ୍ଦ ଯୋଗୁଁ ତାଙ୍କ ବ୍ରାଣ୍ଡ ଛବି ଖରାପ ହୋଇଛି । ଆରସିବି ଅଭିଯୋଗ କରିଛି ଯେ ଏପରି କରି ସେମାନେ ଫ୍ରାଞ୍ଚାଇଜର ଟ୍ରେଡମାର୍କ ଉପରେ ସିଧା ହମଲା କରାଯାଇଛି । ପରିହାସ କରିବା ଉଦ୍ଦେଶ୍ୟରେ ହିଁ ଏହି ବିଜ୍ଞାପନ କରାଯାଇଛି ବୋଲି ପ୍ରାଞ୍ଚାଇଜ୍ କହିଛି ।
Breaking:
— Bar and Bench (@barandbench) April 17, 2025
Royal Challengers Bengaluru (@RCBTweets ) takes Uber @Uber_India to Delhi High Court over disparaging its trademark in an ad featuring Australian Cricketer Travis Head. RCB has contended that calling it "Royally Challenged Bengaluru" is disparaging. RCB has contended… pic.twitter.com/i4ELebCWH8
କେବଳ ଆରସିବିର ନାଁ ସହ ଏପରି କରାଯାଇ ନାହିଁ । ଫ୍ରାଞ୍ଚାଇଜ୍ କୋର୍ଟରେ କହିଛି ଯେ ବିଜ୍ଞାପନରେ ତାଙ୍କର ଲୋକପ୍ରିୟ ସ୍ଲୋଗାନ୍ Ee Saala Cup Namdeର ମଧ୍ୟ ମଜାକ୍ ଉଡାଇଛନ୍ତି । ଆରସିବି ଅନୁସାରେ ଏହି ସ୍ଲୋଗାନ ଟିମ୍ ଓ ଫ୍ୟାନ୍ସ ଉଭୟଙ୍କ ସହ ଭାବାତ୍ମକ ଭାବେ ଜଡ଼ିତ ରହିଛି । ତେଣୁ ବିଜ୍ଞାପନରେ ଏହାକୁ ବ୍ୟାଙ୍ଗ ଭାବେ ସାମିଲ କରିବା ଫ୍ୟାନ୍ସ ଓ ଟିମ୍ ଉଭୟଙ୍କ ଭାବନାର ତାଚ୍ଛଲ୍ୟ କରିବା ବ୍ୟତୀତ ଆଉ କିଛି ନୁହେଁ । ବିଜ୍ଞାପନ ଉପରେ ଆରସିବିର ଆକ୍ସନ ପରେ ଏବେ Uber Indiaର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । କମ୍ପାନିର ଷ୍ଟାଣ୍ଡ କଣ ରହିବ ? ବିଜ୍ଞାପନକୁ ଫେରାଇ ନେବ ନାଁ ନିଜ ପକ୍ଷରେ ଯୁକ୍ତି ରଖିବ ।