କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ RBIର ଆକ୍ସନ, ନୂଆ କ୍ରେଡିଟ୍ କାର୍ଡ-ମୋବାଇଲ ବ୍ୟାଙ୍କିଙ୍ଗ ଉପରେ ରୋକ୍

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ଼ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କକୁ ନିଜ ଅନଲାଇନ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ ମଧ୍ୟାମରେ ନୂଆ ଗ୍ରାହକ ଯୋଡିବା ଉପରେ ରୋକ ଲଗାଯାଇଛି । ଏହାସହ ନୂଆ କ୍ରେଡିଟ୍ କାର୍ଡ ଜାରି କରିବା ଉପରେ ମଧ୍ୟ ରୋକ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କର ଆଇଟି ରିସ୍କ ମ୍ୟାନେଜମେଣ୍ଟ, ଇନଫର୍ମେସନ ସିକ୍ୟୁରିଟି ଅପରେସନରେ ତ୍ରୁଟି ଯୋଗୁଁ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆରବିଆଇ ଅନୁସାରେ କୋଟାକ ମହିନ୍ଦ୍ରା ନିଜ ଗ୍ରୋଥ୍ ସହ ଆଇଟି ସିଷ୍ଟମ୍ସକୁ ସୁଦୃଢ କରିବାରେ ବିଫଳ ହୋଇଛି । ଆରବିଆଇ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ୨୦୨୨ ଏବଂ ୨୦୨୩ ପାଇଁ ରିଜର୍ଭ ବ୍ୟାଙ୍କର ଆଇଟି ତଦନ୍ତରେ ସାମନାକୁ ଆସିଥିବା ଚିନ୍ତା ପରେ କୁହାଯାଇଛି । ଏହା ଉପରେ ସମୟ ଅନୁସାରେ କାମ କରାଯାଇ ନାହିଁ । ଯେଉଁଥି ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆରବିଆଇ କହିଛି, 'ଆଇଟି ଇନଭେଣ୍ଟ୍ରି ମ୍ୟାନେଜମେଣ୍ଟ, ୟୁଜର୍ସ ପହଞ୍ଚ ପରିଚାଳନା, ସେଲ୍ସ ରିସ୍କ ମ୍ୟାନେଜମେଣ୍ଟ, ଡାଟା ସୁରକ୍ଷା ଏବଂ ଡାଟା ଲିକ୍ ପ୍ରିଭେନସନ ନୀତି, ବ୍ୟବସାୟ ନିରନ୍ତରତା ତଥା ସଂକଟ ପରେ ଟ୍ରାକକୁ ଫେରିବା ଲକ୍ଷ୍ୟ ଆଦି କ୍ଷେତ୍ରରେ ଗମ୍ଭୀର ତ୍ରୁଟି ଏବଂ ଅନୁପାଳନ କରାଯାଇ ନଥିବା ଦେଖିବାକୁ ମିଳିଛି ।' ଆରବିଆଇ କହିଛି ଯେ ଲଗାତାର ଦୁଇ ବର୍ଷ ଯାଏ, ରେଗୁଲେଟରୀ ମାର୍ଗଦର୍ଶିକାର ବିପରୀତରେ ବ୍ୟାଙ୍କର ଆଇଟି ରିସ୍କ ଏବଂ ସୁରକ୍ଷା ପରିଚାଳନାରେ ତ୍ରୁଟି ଦେଖିବାକୁ ମିଳିଛି ।  

କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ତତ୍କାଳ ପ୍ରଭାବରୁ ନିଜ ଅନଲାଇନ ତଥା ମୋବାଇଲ୍ ବ୍ୟାଙ୍କ ଜରିଆରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ଏବଂ ନୂଆ କ୍ରେଡିଟ୍ କାର୍ଡ ଜାରି କରିବା ଉପରେ ରୋକ ଲଗାଯାଇଛି । ତେବେ ବ୍ୟାଙ୍କ ନିଜର ପୁରୁଣା କାର୍ଡ ଧାରକ ଏବଂ ନିଜ ଗ୍ରାହକ ସେବା ଜାରି ରଖିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.