ହଲିଉଡ ସିଙ୍ଗର ନିକ୍‌ ଜୋନସ୍‌ ଅସୁସ୍ଥ, ଇନଷ୍ଟାରେ ଭିଡିଓ ସେୟାର କରି ଫ୍ୟାନଙ୍କୁ କହିଲେ

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ ୪/୫: ବଲିଉଡ୍‌ ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ସିଙ୍ଗର ନିକ୍‌ ଜୋନସ୍‌ ଅସୁସ୍ଥ । ଭୟଙ୍କର ଭାଇରସରେ ସଂକ୍ରମିତ ହୋଇଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ନିକ୍‌ । ଶାରିରୀକ ଅସୁସ୍ଥତା ପାଇଁ ଏବେ କିଛି କନସଟ୍‌କୁ ପୋଷ୍ଟପୋନ କରିଦେବା ସହ ଫ୍ୟାନମାନଙ୍କୁ କ୍ଷମା ମାଗିଛନ୍ତି । 

ଇନ୍‌ଫ୍ଲୁଏଞ୍ଜା-ଏ ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଯୋଗୁ ଭଲରେ କଥା ହୋଇପାରୁନି । ଦେହ,ହାତ,ମୁଣ୍ଡ,ଗଳା ଯନ୍ତ୍ରଣା ହେବା ସହ ଜ୍ବର ଓ କାଶ ମଧ୍ୟ ହେଉଛି । ଟ୍ରିଟମେଣ୍ଟ ପରେବି ସ୍ବାସ୍ଥ୍ୟ ସେତେଟା ଭଲ ନାହିଁ, ସେଥିପାଇଁ କନସଟକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଥିବା ଭିଡିଓରେ କହିଛନ୍ତି ନିକ୍‌ । ନିଜର ମ୍ୟୁଜିକ କନସର୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନିକ୍‌ ଜୋନସ୍‌ । ତାଙ୍କ ଭିଡିଓକୁ ବେଶ ପସନ୍ଦ କରନ୍ତି ଆମେରିକୀୟ ଫ୍ୟାନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.