ନୂଆଦିଲ୍ଲୀ: ଜାତିସଂଘ ଅନ୍ତର୍ଜାତୀୟ ଶିଶୁ ଜରୁରିକାଳୀନ ପାଣ୍ଠି(UNICEF)ରେ ଭାରତର ନ୍ୟାସ୍ନାଲ ଆମ୍ବାସାଡର ହେଲେ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍। ପଦବିରେ ନିଯୁକ୍ତ ହେବା ପରେ ସେ ଖୁସୀ ବ୍ୟକ୍ତ କରିଛନ୍ତି। କରୀନା ସେଲିବ୍ରେଟି ପ୍ରଚାରକ ଭାବେ ୨୦୧୪ ଠାରୁ ଏହି ସଂସ୍ଥା ସହିତ ଜଡ଼ିତ ରହିଛନ୍ତି। ପଦବୀରେ ନିଯୁକ୍ତ ହେବା ପରେ କରୀନା ଷ୍ଟେଜ୍ରେ ଭାଷଣ ଦେଲାବେଳେ ଭାବପ୍ରବଣ ହୋଇଯାଇଥିଲେ।
ୟୁନିସେଫ୍ରେ ଭାରତର ଜାତୀୟ ଆମ୍ବାସାଡର ନିଯୁକ୍ତ ହେବା ପରେ କରୀନା ତାଙ୍କ କ୍ୟାରିୟରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ୨୦୨୪ ମେ ୪ ତାରିଖରେ ତାଙ୍କୁ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଏହାପରେ ସେ ତାଙ୍କ ଇନ୍ଷ୍ଟ୍ଗଗ୍ରାମ୍ର ଏକ ବଡ଼ ପୋଷ୍ଟ କରି ତାଙ୍କ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଛନ୍ତି।
ପଢ଼ନ୍ତୁ-ମୁଁ ଫୁଲକୁ ଭୋଟ ଦେବି, ମହିଳାଙ୍କ କଥା ଶୁଣି ରାଗି ଗଲେ କଂଗ୍ରେସ ପ୍ରାର୍ଥୀ; ମାରିଲେ ଚାପୁଡ଼ା
ଆଜିର ଦିନ ମୋ ପାଇଁ ଏକ ଭାବପ୍ରବଣଭରା ଦିନ। ମୁଁ ୟୁନିସେଫ୍ ଇଣ୍ଡିଆ ଆମ୍ବାସାଡର ଭାବେ ନିଯୁକ୍ତ ହୋଇ ନିଜକୁ ଗୌରବାନ୍ୱିତ ମନେ କରୁଛି। ଗତ ୧୦ ବର୍ଷ ହେଲା ୟୁନିସେଫ ଇଣ୍ଡିଆ ସହ ଜଡ଼ିତ ହୋଇ ରହିଛି। ମୁଁ ସବୁବେଳେ ଶିଶୁ ଅଧିକାରୀ, ସୁରକ୍ଷା ଓ ସମାନ ଭବିଷ୍ୟତ ପାଇଁ ମୁଁ ମୋ ସ୍ୱର ଉତ୍ତୋଳନ କରିବି ବୋଲି କରୀନା ଇନ୍ଷ୍ଟା ପୋଷ୍ଟରେ ଲେଖିଛନ୍ତି।
କରୀନା ଆହୁରି ଲେଖିଛନ୍ତି ଯେ “ଦୁନିଆର ପିଲାମାନଙ୍କର ଅଧିକାର ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ୟୁନିସେଫ୍ ସହିତ ମୋର ଭାରତୀୟ ଆମ୍ବାସାଡର ଭାବରେ ମୋର ସହଯୋଗ ଜାରି ରଖିବା ପାଇଁ ମୁଁ ଗର୍ବିତ। ମୁଁ ଦୁର୍ବଳ ଶିଶୁ ଏବଂ ସେମାନଙ୍କର ଅଧିକାର ପାଇଁ ମୋର ସ୍ୱର ଉତ୍ତୋଳନ କରିବା ସହ ପ୍ରଭାବ ପକାଇବାକୁ ଚେଷ୍ଟା କରିବି। ବିଶେଷକରି ଶୈଶବ, ଶିକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ମୁଁ ସ୍ୱର ଉଠାଇବି। ପ୍ରତ୍ୟେକ ପିଲାର ଗୋଟେ ଭଲ ପିଲାଦିନ, ଗୋଟେ ଭଲ ସୁଯୋଗ ଓ ଭଲ ଭବିଷ୍ୟତ ଟିଏ ଦରକାର ବୋଲି କରୀନା କହିଛନ୍ତି।