ସର୍ବନିମ୍ନ ଜମା ନରଖିବା ଉପରେ ପେନାଲ୍ଟି: ୧୧ ସରକାରୀ ବ୍ୟାଙ୍କ ୫ ବର୍ଷରେ ଗ୍ରାହକଙ୍କଠାରୁ ଆଦାୟ କରିଛନ୍ତି ୯୦୦୦ କୋଟି ଟଙ୍କା

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: ଦେଶର ୧୧ ସରକାରୀ ବ୍ୟାଙ୍କ ଗତ ୫ ବର୍ଷରେ ଜମା ଖାତାରେ ସର୍ବନିମ୍ନ ରାଶି ନରଖିବା କାରଣରୁ ଗ୍ରାହକଙ୍କଠାରୁ ପ୍ରାୟ ୯ ହଜାର କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି । କିଛି ସରକାରୀ ବ୍ୟାଙ୍କ ଜମା ଖାତାରେ ମାସିକ ସର୍ବନିମ୍ନ ରାଶି ନରଖିବା ଉପରେ ଗ୍ରାହକଙ୍କଠାରୁ ଜରିମାନା ନେଇଛନ୍ତି । ସେହିପରି ଅନ୍ୟ କିଛି ବ୍ୟାଙ୍କ ତିନି ମାସ ଆଧାରରେ ପେନାଲ୍ଟି ଆଦାୟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଣ୍ଟ, ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ ଓ ସାଲାରି ଆକାଉଣ୍ଟ ପରି ଖାତାକୁ ଏଥିରୁ ବାଦ୍ ଦିଆଯାଇଛି ।

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ପ୍ରଶ୍ନର ଜବାବରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ (ଡିଏଫଏସ୍) ବ୍ୟାଙ୍କଗୁଡ଼ିକୁ ମିନିମନ୍ ଆଭରେଜ୍ ବାଲାନ୍ସ (ଏମଏବି) ଉପରେ ଜରିମାନାକୁ ଯୁକ୍ତିସଙ୍ଗତ କରିବା ପାଇଁ ପରାମର୍ଶ ଦେଇଛି । ଏଥିରେ ମୁଖ୍ୟତଃ ଛୋଟ ସହର ଓ ଗ୍ରାମାଞ୍ଚଳରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଜୋର ଦିଆଯାଇଛି । ୧୧ ସରକାରୀ ବ୍ୟାଙ୍କ ମଧ୍ୟରୁ ୭ ଏହିପରି ପରାମର୍ଶକୁ ପାଳନ କରିଛନ୍ତି । ଅନ୍ୟ ବ୍ୟାଙ୍କ ଖୁବଶୀଘ୍ର ଏହାକୁ ଅନୁପାଳନ କରିବା କଥା କହିଛନ୍ତି । କିନ୍ତୁ କୌଣସି ଘରୋଇ ବ୍ୟାଙ୍କ ଏପରି କରୁନାହାନ୍ତି । ଆରବିଆଇର ଗାଇଡଲାଇନ୍ ଅନୁସାରେ, ବ୍ୟାଙ୍କ ନିଜ ବୋର୍ଡଠାରୁ ମଞ୍ଜୁରି ନୀତି ହିସାବରେ ପେନାଲ୍ଟି ଜାରି କରିପାରିବେ । 

କେଉଁ ବ୍ୟାଙ୍କ କେତେ ଟଙ୍କା ପେନାଲ୍ଟି ନେଇଛନ୍ତି

ଇଣ୍ଡିଆନ୍ ବ୍ୟାଙ୍କ-୨୮୨୮ କୋଟି ଟଙ୍କା

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ-୧୬୬୨ କୋଟି ଟଙ୍କା

ବ୍ୟାଙ୍କ ଅଫ୍ ବରୋଦା- ୧୫୩୨ କୋଟି ଟଙ୍କା

କାନାରା ବ୍ୟାଙ୍କ- ୮୧୦ କୋଟି ଟଙ୍କା

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ-୫୮୮ କୋଟି ଟଙ୍କା

ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର-୫୩୫ କୋଟି ଟଙ୍କା

ୟୁନିଅନ୍ ବ୍ୟାଙ୍କ୍ ଇଣ୍ଡିଆ-୪୮୫ କୋଟି ଟଙ୍କା

ୟୁକୋ ବ୍ୟାଙ୍କ- ୧୨୦ କୋଟି ଟଙ୍କା

ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ-୧୦୧ କୋଟି ଟଙ୍କା

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ-୬୨ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.