ଗୌତମ ସିଙ୍ଘାନିଆଙ୍କ ସହ ବିବାଦ ମଧ୍ୟରେ ନଓ୍ବାଜ ମୋଦୀଙ୍କୁ ଝଟକା, ବୋର୍ଡରୁ ହଟାଇଲେ ରେମଣ୍ଡର ତିନି କମ୍ପାନି

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଗୌତମ ସିଙ୍ଘାନିଆଙ୍କ ପତ୍ନୀ ନଓ୍ବାଜ ମୋଦୀଙ୍କୁ ବୋର୍ଡରୁ ହଟାଇଛନ୍ତି ରେମଣ୍ଡ ଗ୍ରୁପ୍‌ର ତିନି କମ୍ପାନି । ମାର୍ଚ୍ଚ ୩୧ରେ ଏକ ଇଜିଏମ ଦ୍ବାରା ଜେକେ ଇନଭେଷ୍ଟର୍ସ ଲିମିଟେଡ (ଜେକେଆଇ), ରେମଣ୍ଡ କଞ୍ଜ୍ୟୁମର କେୟାର (ଆରସିସିଏଲ) ଏବଂ ସ୍ମାର୍ଟ ଆଡଭାଇଜରୀ ଆଣ୍ଡ୍‌ ଫିସସର୍ଭ ନଓ୍ବାଜ ମୋଦୀଙ୍କୁ ବୋର୍ଡରୁ ବାହାର କରିଛନ୍ତି। ତେବେ ବର୍ତ୍ତମାନ ଏହି ସୂଚନା ସାମ୍‌ନାକୁ ଆସିଛି। 

ନଓ୍ବାଜ ମୋଦୀଙ୍କୁ ୨୦୧୫ ଜୁନ୍‌ରେ, ୨୦୨୦ ଡିସେମ୍ବରରେ ଆରସିସିଏଲ ଏବଂ ୨୦୧୭ ଅକ୍ଟୋବରରେ ସ୍ମାର୍ଟ ଆଡଭାଇଜରୀ ଆଣ୍ଡ ଫିନସର୍ଭରେ ଡାଇରେକ୍ଟର ଭାବରେ ନିଯୁକ୍ତ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଷ୍ଟକ୍ ଏକ୍ସଚେଞ୍ଜରେ ଅନ୍ତର୍ଭୁକ୍ତ କମ୍ପାନି ରେମଣ୍ଡ ଏପର୍ଯ୍ୟନ୍ତ ନଓ୍ବାଜ ମୋଦୀଙ୍କୁ ବୋର୍ଡରୁ ବାହାର କରିବାକୁ ପ୍ରସ୍ତାବ ରଖିନାହିଁ। କିନ୍ତୁ ଖୁବ୍‌ ଶୀଘ୍ର ଏହା କରିପାରେ।

ଆହୁରି ପଢ଼ନ୍ତୁ:

ଥମୁନି ବିବାଦ, ଗୌତମଙ୍କ ସିଙ୍ଘାନିଆଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପତ୍ନୀ

ଉଲ୍ଲେଖଯୋଗ୍ୟ, ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ, ୨୦୨୩ ନଭେମ୍ବର ୧୩ରେ ପତ୍ନୀ ନଓ୍ବାଜ ମୋଦୀ ସିଙ୍ଘାନିଆଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଏନେଇ ଲେଖିଥିଲେ।

ସେପଟେ ନଓ୍ବାଜ ମୋଦୀ ଏହାକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଗୌତମ ସିଙ୍ଘାନିଆଙ୍କ ଭୁଲ କାମର ପର୍ଦ୍ଦାଫାଶ କରିବା ପରଠାରୁ ଏଭଳି ବ୍ୟବହାର କରାଯାଉଛି। ପ୍ରଥମେ ମାରପିଟ୍‌ ଆଉ ଏବେ କମ୍ପାନିରୁ ବାହାର କରିଦିଆଯାଇଛି। 


Community-verified icon

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.