ଆକ୍ସନରେ DoT, ଅନଲାଇନ୍ ସ୍କାମରେ ସାମିଲ୍ ୨୦ ମୋବାଇଲ୍ ଫୋନ୍ ବ୍ଲକ୍

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଅନଲାଇନ୍ ସ୍କାମ୍ ଏବଂ ସାଇବାର ଫ୍ରଡ୍ ମାମଲାରେ ଦୂରସଂଚାର ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଅନଲାଇନ୍ ଫାଇନାନସିୟାଲ ଫ୍ରଡ୍ ପାଇଁ ବ୍ୟବହାର ହୋଇଥିବା ୨୦ ମୋବାଇଲ୍ ହ୍ୟାଣ୍ଡସେଟକୁ ବ୍ଲକ୍ କରାଯାଇଛି । ସାଇବର୍ କ୍ରିମିନାଲ୍ସ ହ୍ୟାଡସେଟ୍ ଜରିଆରେ ଲୋକଙ୍କ ସହ ଅର୍ଥ ଠକେଇ କରୁଥିଲେ । ହ୍ୟାଣ୍ଡସେଟ୍ ବ୍ଲକ୍ ହେବା ପରେ ଏହି ମୋବାଇଲ୍ ଫୋନକୁ ଉପଯୋଗ କରାଯାଇ ପାରିବ ନାହିଁ । ଦୂରସଂଚାର ବିଭାଗ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ଏହି ସୂଚନା ଦେଇଛି ।

ଦୂରସଂଚାର ବିଭାଗ ନିଜ ଏକ୍ସ ଆକାଉଣ୍ଟରେ କହିଛି ଯେ ୨୦ ମୋବାଇଲକୁ ବ୍ଲକ୍ କରାଯିବା ସହ ଏଥିରେ ସାମିଲ ମୋବାଇଲ୍ ନମ୍ୱରକୁ ମଧ୍ୟ ବ୍ୟାନ କରାଯାଇଛି । ଦୂରସଂଚାର ବିଭାଗର ଏହି ଆକ୍ସନ ନିକଟରେ ସାଇବର୍ ଫ୍ରଡର ଅନେକ ମାମଲା ସାମନାକୁ ଆସିବା ପରେ ହୋଇଛି । 

କିଛି ଦିନ ତଳେ ବେଙ୍ଗାଲୁରୁ ସ୍ଥିତ ଜଣେ ମହିଳା ଅଦିତି ଚୋପ୍ରାଙ୍କ ସହ ଠକେଇ ହୋଇଥିଲା । ଏହାପରେ ଦୂରସଂଚାର ବିଭାଗ ଏହି ଠକେଇରେ ସାମିଲ ମୋବାଇଲ୍ ନମ୍ୱର ଏବଂ ହ୍ୟାଣ୍ଡସେଟକୁ ବ୍ଲକ୍ କରାଯାଇଛି । ସାଇବାର ଅପରାଧୀ ଫେକ୍ ଏସଏମଏସ ପଠାଇ, ଆର୍ଥିକ ଠକେଇ କରିଥିଲେ । ଦୂରସଂଚାର ବିଭାଗ ପୀଡିତାଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟରେ ଟାଗ୍ ମଧ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.