କଟକ ୭।୫: କଂଗ୍ରେସରେ ମିଶିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । ମଙ୍ଗଳବାର କଟକ ଟାଉନ ହଲରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଚିତ୍ରଭାନୁ କଂଗ୍ରେସରେ ଯୋଗ ଦେଇଛନ୍ତି । ଚିତ୍ରଭାନୁଙ୍କ ବ୍ୟତୀତ ବିଜେଡି ଓ ବିଜେପିର ସଂଖ୍ୟାଧିକ କର୍ମୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ବାରବାଟୀ କଟକ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଚିତ୍ରଭାନୁଙ୍କ ସମେତ ଅନ୍ୟମାନଙ୍କୁ ଉତ୍ତରୀୟ ଦେଇ କଂଗ୍ରେସକୁ ସ୍ବାଗତ କରିଥିଲେ ।
ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମଙ୍କ ନିରନ୍ତର ଜନହିତକର କାମରେ ପ୍ରଭାବିତ ହୋଇ ଚିତ୍ରଭାନୁ କଂଗ୍ରେସରେ ଯୋଗ ଦେଇଥିବା କଥା କହିଛନ୍ତି । ସେପଟେ ଚିତ୍ରଭାନୁଙ୍କ ସହ ଅନ୍ୟ ଯୁବକ ମାନଙ୍କର ଯୋଗଦାନ ସହରରେ କଂଗ୍ରେସକୁ ମଜବୁତ କରିବ ବୋଲି ସୋଫିଆ କହିଛନ୍ତି ।
You Can Read :