ବାଲେଶ୍ଵର ବିଜେଡି ନେତାଙ୍କ ମେଳିକୁ ନେଇ ଅରୁଣଙ୍କ ସ୍ପଷ୍ଟୀକରଣ, କହିଲେ- ‘ଏହା କେବଳ ଭୋଜି ଥିଲା’

NEWS7
rahi-sarnobat-wins-gold-medal-in-25m-pistol-event-at-shooting-world-cup-in-croatia

ଭୁବନେଶ୍ୱର: ଅରୁଣ ସାହୁଙ୍କ ଘରେ ବାଲେଶ୍ଵର ବିଜେଡି ନେତା। ପୁଣି ବାଲେଶ୍ଵରର ୩ ପୂର୍ବତନ ବିଧାୟକ। ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ,ପୂର୍ବତନ ବିଧାୟକ ସୁକାନ୍ତ ନାୟକ,ସ୍ୱରୂପ ଦାସ। ଶୁକ୍ରବାର ଏମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ। ଏକାଠି ହେବା ନେଇ ୩ ନେତା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି- ଏହା କେବଳ ଭୋଜି ଥିଲା।

ସେମାନେ ଆହୁରି କହିଛନ୍ତି- ସାମାଜିକ କାର୍ଯ୍ୟକ୍ରମ ଥିଲା। ଦଳ ତଥା ରାଜନୀତି ନେଇ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ। ସେହି କାର୍ଯ୍ୟକ୍ରମରେ କେବଳ ପୂର୍ବତନ ବିଧାୟକମାନଙ୍କୁ ଡକା ଯାଇଥିଲା। ଆଜି ଉତ୍ତର ଓଡିଶା ଉତ୍ସବକୁ ନିମନ୍ତ୍ରଣ ପାଇଁ ଅରୁଣ ସାହୁଙ୍କ ବାସଭବନକୁ ଆସିଥିବା କହିଛନ୍ତି।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି- ଭୋଜି କଲା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ.. ବିଜୁ ପଟ୍ଟନାୟକ ଜିନ୍ଦାବାଦ ପକାଇଛନ୍ତି.. ଏଥିରେ ନୂଆ ସମୀକରଣ କଣ ? ସବୁ ବେଳେ ସବୁ ନେତୃତ୍ୱକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଯଦି ଯୁବ ନେତୃତ୍ୱ ଆଗକୁ ଆସିବା କଥା କହି ଥିବେ କିଏ କହିଥିବେ କିଛି ଭୁଲ କହି ନାହାନ୍ତି।

ସେହିପରି ଭୁବନେଶ୍ୱର ଉପକଣ୍ଠରେ ୫୦ରୁ ଉର୍ଦ୍ଧ୍ଵ ପୂର୍ବତନ ବିଧାୟକ ଭୋଜି କରି ଦେଖାଇଥିଲେ ପାୱାର ଶୋ। ଯାହାକୁ ନେଇ ନୂଆ ସମୀକରଣ ନେଇ ଚର୍ଚ୍ଚା ହୋଇଥିଲା.