ପୁରୀ: "ଅତିଥି ଦେବୋ ଭବଃ" କହି ପ୍ରଚାର ସିନା ହେଉଛି, କିନ୍ତୁ ଅତିଥି ହୋଇ ଆସିଥିବା ପର୍ଯ୍ୟଟକଙ୍କୁ ମାରି ଲହୁଲୁହାଣ କରାଯାଉଛି । ପୁରୀ ଆସିଥିଲେ ଜଗା ଦର୍ଶନ କରି ସ୍ମୃତି ଧରି ଫେରିବେ ବୋଲି । କିନ୍ତୁ ଏହି ଯାତ୍ରା ସେମାନଙ୍କ ପାଇଁ ପାଲଟିଲା ସୁବୁଠୁ ବଡ଼ ଦୁଃସ୍ୱପ୍ନ । ପୁରୀରରେ ରେଷ୍ଟୁରାଣ୍ଟ ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ସୁଦୂର ମହୀଶୂରରୁ ଆସିଥିବା ପର୍ଯ୍ୟଟକ ।

ପୁରୀରେ ରେଷ୍ଟୁରାଣ୍ଟ ମାଲିକଙ୍କ ଦାଦାଗିରି ଦେଖିବାକୁ ମିଳିଛି । ରେଷ୍ଟୁରାଣ୍ଟ ଭିତରେ ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖାଦ୍ୟରୁ ଚୁଟି ବାହାରିବା ନେଇ ଅଭିଯୋଗ କରିବାରୁ ପର୍ଯ୍ୟଟକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ରେଷ୍ଟୁରାଣ୍ଟ ମାଲିକ ଓ କର୍ମଚାରୀମାନେ ଆକ୍ରମଣ ସାମିଲ ଥିବା ଜଣାପଡ଼ିଛି । ଆକ୍ରମଣରେ ଆହତ ଦୁଇ ପର୍ଯ୍ୟଟକ କର୍ଣ୍ଣାଟକ ମହୀଶୂର ଅଞ୍ଚଳର ସୁସ୍ମିତା ଏବଂ ଭରତ ଚନ୍ଦ୍ର । ଚିକିତ୍ସା ପାଇଁ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଗାଲ ଓ କାନରେ ଲାଗିଛି ଗଭୀର ଆଘାତ । ଘଟଣା ନେଇ ଅଭିଯୋଗ ପରେ ସମୁଦ୍ର କୂଳ ଥାନା ପୋଲିସରେ ତଦନ୍ତ ଜାରି ରଖିଛି ।

ଆକ୍ରମଣ ଆହତ ମହିଳା କାନ୍ଦି କାନ୍ଦି ତାଙ୍କ ସହ ଘଟିଥିବା କଥା କହିଛନ୍ତି । ପୀଡ଼ିତ ମହିଳା କହିଛନ୍ତି, ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲୁ । କିନ୍ତୁ ଆଉ କେବେ ପୁରୀ ଆସିବୁ ବୋଲି ଲାଗୁନି । ଏଇଠି କେହି ମଧ୍ୟ ସମ୍ମାନ ଦେଉନାହାନ୍ତି । ମହିଳା ପାଇଁ କୌଣସି ସୁରକ୍ଷା ନାହିଁ । ଆମ ଉପରେ ଯାହା ଘଟିଲା, ତାହା ଏଠାର ସୁରକ୍ଷା ବ୍ୟବସ୍ଥାକୁ ଦର୍ଶାଉଛି ।