IPL 2024 : ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମୁକାବିଲା

Published By : Prameya-News7 Bureau | April 13, 2024 IST

ଚଣ୍ଡିଗଡ଼ ୧୩।୦୪ : ଆଇପିଏଲ୍‌ ୨୦୨୪ । ଶନିବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୨୭ ତମ ମ୍ୟାଚ୍‌ । ଚଣ୍ଡିଗଡ଼ ସ୍ଥିତ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ । ରାତିରେ ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମୁକାବିଲା । 

ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ପରାଜୟ ହୋଇଥିବା ବେଳେ ୪ଟି ମୁକାବିଲାରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ଏବେ ଯାଏଁ ଟିମ୍‌ ଉଭୟ ବ୍ୟାଟିଂ ଏବଂ ବୋଲିଂର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି । ଯାହାଫଳରେ ଟିମ୍‌ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । 

ସେହିପରି ପଞ୍ଜାବ କିଙ୍ଗସ୍‌ ଏବେ ଯାଏଁ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ  ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୩ଟି ମୁକାବିଲାରେ ପରାସ୍ତ ହୋଇଛି । ଏବେ ବି ଟିମ୍‌ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଯାହାଫଳରେ ଦଳ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି । 

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ୍‌ରେ ୪ଟି ବିଜୟୀ ସହ ୮ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ଏହାପରେ ୨ୟ ସ୍ଥାନରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ୪ଟି ମ୍ୟାଚ୍‌ରେ ୩ଟି ବିଜୟୀ  ସହ ୬ ପଏଣ୍ଟ ପାଇଁ ୨ୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟୀ ସହ ୨ଟି ପରାଜୟର ସାମ୍ନା କରିବାକୁ ପଡିଛି । ଦଳ ମୋଟ ୬ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ସହ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି । 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.