ପଞ୍ଜାବ ୦୨/୦୯: ପଞ୍ଜାବରେ ବନ୍ୟା ବିଭୀଷିକା । ମାସେ ଧରି ଭୟଙ୍କର ବନ୍ୟା ସଙ୍କଟରେ ପୀଡିତ ପଞ୍ଜାବ । ଅଗଷ୍ଟ ୧ ତାରିଖରୁ, ରାଜ୍ୟରେ ଲାଗି ରହିଛି ବନ୍ୟା ସ୍ଥିତି । ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛନ୍ତି। ରାଜ୍ୟରେ ସତଲେଜ୍, ବ୍ୟାସ୍ ଓ ରବି ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । 

ଏହାସହ ଡ୍ରେନରେ ଜଳସ୍ତର ବୃଦ୍ଧି ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାର ସର୍ବାଧିକ ପ୍ରଭାବ ଅମୃତସରରେ ଦେଖିବାକୁ ମିଳିଛି । ଯେଉଁଠାରେ ୩୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ପରେ, ଫିରୋଜପୁରରେ ୨୪,୦୧୫, ଫାଜିଲକାରେ ୨୧,୫୬୨, ପଠାଣକୋଟରେ ୧୫,୦୫୩, ଗୁରୁଦାସପୁରରେ ୧୪,୫୦୦, ହୋସିଆରପୁରରେ ୧,୧୫୨, ଏସଏଏସ୍ ନଗରରେ ୭,୦୦୦, କପୁରଥଲାରେ ୫,୬୫୦, ମୋଗାରେ ୮୦୦, ଜଳନ୍ଧରରେ ୬୫୩, ମାନସାରେ ୧୬୩ ଏବଂ ବର୍ଣ୍ଣାଲାରେ ୫୯ ଜଣ ପ୍ରଭାବିତ ହୋଇଛନ୍ତି।

ସରକାରଙ୍କ ବୁଲେଟିନ୍ ଅନୁଯାୟୀ, ପଠାନକୋଟରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ଅମୃତସର, ବର୍ଣ୍ଣାଲା, ହୋସିଆରପୁର, ଲୁଧିଆନା, ମାନସା ଏବଂ ରୂପନଗରରେ ୩ ଜଣ ଲେଖାଏଁ ମୃତ୍ୟୁ ହୋଇଛି । ଭାଠିଣ୍ଡା, ଗୁରୁଦାସପୁର, ପଟିଆଲା, ମୋହାଲି ଏବଂ ସାଙ୍ଗରୁରରେ ୧ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। 

ପଠାନକୋଟରେ ଏପର୍ଯ୍ୟନ୍ତ ୩ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ୧୫,୬୮୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁରୁଦାସପୁରରେ ସର୍ବାଧିକ ୫,୫୪୯ ଜଣଙ୍କୁ ଉଦ୍ଧାର କରାଯାଇଛି ।  ଫିରୋଜପୁରରେ ୩,୩୨୧ ଫାଜିଲକାରେ ୨,୦୪୯ ଅମୃତସରରେ ୧,୭୦୦ ଏବଂ ପଠାନକୋଟରେ ୧,୧୩୯ ଜଣଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି।