ନୂଆଦିଲ୍ଲୀ ୧୨।୧୧: କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ପିତି ଅକ୍ଟୋବର ମାସରେ ୧% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପିତି ହ୍ରାସ ହୋଇ ୦.୨୫%କୁ ପହଞ୍ଚି ଯାଇଛି। ସେପ୍ଟେମ୍ବର ୨୨ରେ ଜିଏସଟି ହ୍ରାସ ଓ ଖାଦ୍ୟ ସାମଗ୍ରୀ ମୂଲ୍ୟ କମିବା ଯୋଗୁ ଏହା ପୁରା ମାସର ପ୍ରଭାବକୁ ପ୍ରଦର୍ଶିତ କରୁଛି। ସେପ୍ଟେମ୍ବରରେ ମୁଦ୍ରାସ୍ପିତି ୧.୫% ଥିଲା, ଏହା ଜୁନ ୨୦୧୭ ପରେ ମୁଦ୍ରାସ୍ପିତିର ସବୁଠୁ ନିମନ୍ନ ସ୍ତର ବୋଲି କୁହାଯାଉଛି।

ଭାରତ ସରକାର ୧୨ ନଭେମ୍ବର ବୁଧବାର ଅକ୍ଟୋବରର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଡାଟା ଜାରି କରିଛନ୍ତି। ଏହି ତଥ୍ୟ ଅନୁସାରେ ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ପିତି ଦ୍ରୁତ ହ୍ରାସ ହୋଇ -୫.୦୨%କୁ ପହଞ୍ଚି ଯାଇଥିବା ଜଣାପଡିଛି, ଯାହା ସେପ୍ଟେମ୍ବରରେ -୨.୨୮% ଥିଲା। ଗ୍ରାମାଞ୍ଚଳରେ ଏହା -୪.୮୫% ଥିବା ବେଳେ ସହରାଞ୍ଚଳରେ -୫.୧୮% ରହିଛି। ଏଥିରୁ ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ପିତି ଏବେକା ସିପିଆଇ ଶୃଙ୍ଖଳାରେ ସବୁଠୁ କମ୍ ରହିଛି।

ଅକ୍ଟୋବରରେ ମୁଦ୍ରାସ୍ପିତି ହ୍ରାସ ଜିଏସଟି ସଂଶୋଧନର ପୁରା ପ୍ରଭାବକୁ ଦର୍ଶାଉଛି। ସେପ୍ଟେମ୍ବର ୩ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ସଂଶୋଧନ ଘୋଷୋଣା କରିଥିଲେ। ଏଥିରେ ଏଥିରେ ୫ ଓ ୧୮% ଦୁଇ ମୁଖ୍ୟ ସ୍ଲାବକୁ ସରଳ କରିଥିଲେ। ଷ୍ଟେସନାରୀ ଓ ଡାୟେରୀ ଉତ୍ପାଦ ଭଳି ଅଧିକାଂଶ ଦୈନନ୍ଦିନ ଉପଯୋଗରେ ଆସୁଥିବା ସାମଗ୍ରୀର ମୂଲ୍ୟ ହ୍ରାସ ହୋଇଛି।

ସିପିଆଇ ସାଧାରଣ ଉପଭୋକ୍ତା ସାମଗ୍ରୀ ଓ ସେବା ମୂଲ୍ୟ ପରିବର୍ତ୍ତନର ଆକଳନ କରି ଖୁଚୁରା ମୁଦ୍ରାସ୍ପିତିର ମୂଲ୍ୟାୟନ କରିଥାଏ। ସିପିଆଇ ସାମଗ୍ରୀର ଏକ ନିଶ୍ଚିତ ସୂଚୀ ନିମନ୍ତେ ଆକଳନ କରିଥାଏ। ଏଥିରେ ଭୋଜନ, ଆବାସ, ବସ୍ତ୍ର, ପରିବହନ, ଇଲେକ୍ଟ୍ରୋନିକ୍ସ, ଚିକିତ୍ସା ସେବା ଓ ଶିକ୍ଷା ଆଦି ସାମିଲ ଥାଏ।