କଟକ ୫।୧୨: ଆଜି ବି ପରିବା ମାର୍କେଟ୍ରେ ଆଳୁର କିଲୋ ପ୍ରତି ଦର ରହିଛି ୪୦ ଟଙ୍କା । ବିଗତ ୧୦ ଦିନ ହେବ ଆଳୁ ଦର ଆକାଶ ଛୁଆଁ ହୋଇଥିବା ବେଳେ ୪୦ ଟଙ୍କା ତଳକୁ ଖସି ପାରିଲାନାହିଁ । କଟକ ସହରର ମୁଖ୍ୟ ପରିବା ହାଟ ଛତ୍ରବଜାର ଅର୍ବାନ ହାଟରେ ଉଭୟ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ଆଳୁ ବିକ୍ରି ହେଉଥିବା ବେଳେ ପଶ୍ଚିମବଙ୍ଗର ଆଳୁର ଅଧିକ ଚାହିଦା ରହିଛି । ତେବେ ଉଭୟ ଆଳୁ କିଲୋ ପିଛା ସମାନ ଦରରେ ବିକ୍ରି ହେଉଛି ।
ଗୋଟିଏ ମାସ ମଧ୍ୟରେ ଆଳୁ ୩୦ ଟଙ୍କାରୁ ଯାଇ ୭୦ ଟଙ୍କାରେ ପହଞ୍ଚିଥିଲା । ଅବଶ୍ୟ ବର୍ତ୍ତମାନ ଟିକିଏ କମ୍ ରହିଛି ହେଲେ ଉଭୟ ବ୍ୟବସାୟୀ ଓ ଖାଉଟିମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ବର୍ତ୍ତମାନ ସମୟରେ କଟକ ଛତ୍ରବଜାରରେ ୫ରୁ ୬ଟି ଟ୍ରକ୍ ଆଳୁ ଆସି ପହଞ୍ଚିଥିଲେ ସୁଦ୍ଧା ଦରରେ କୌଣସି ସୁଧାର ଆସିନାହିଁ । ଯେହେତୁ ଦୈନନ୍ଦିନ ଜୀବନରେ ଆଳୁର ଆବଶ୍ୟକତା ରହିଛି ସେଥିପାଇଁ ଆଳୁକୁ ଏତେ ଟଙ୍କାରେ କିଣୁଥିବା ବେଳେ ଚିନ୍ତା ବଢ଼ାଇଛି ଗୃହିଣୀଙ୍କର । ସେହିଭଳି ଆଳୁ ହୋଟେଲରେ ନିହାତି ଦରକାର ଥିବା ବେଳେ ବର୍ତ୍ତମାନ ଅଧିକ ୭୦୦ ଟଙ୍କା ଦେଇ କିଣୁଥିବା ବେଳେ ଘାଟା ସହୁଥିବା ହୋଟେଲ ବ୍ୟବସାୟୀ କହିଛନ୍ତି । ଅନ୍ୟପଟେ ଯେତିକି ଦରରେ କିଣାଯାଇଛି ବାସ କିଛି ଲାଭ ରଖି ବ୍ୟବସାୟ କରୁଥିବା ଆଳୁ ବ୍ୟବସାୟୀ କହିଛନ୍ତି ।
You Can Read: