News7 Logo

୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଏସ୍‌ଆଇ

NEWS7
si

ବାଙ୍କୀ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍‌ଆଇ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର ପୋଲିସ ବିଟ୍ ହାଉସରେ କାର୍ଯ୍ୟରତ ଆରକ୍ଷୀ ଉପ ନିରୀକ୍ଷକ ପ୍ରସନ୍ନ କୁମାର ମାହାଲିଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଟିମ୍ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ ।

ଇଟା ଭାଟିର କ୍ଲିଅରାନ୍ସ ପାଇଁ ଦେଲେଶ୍ୱର ମାଝୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ  ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ତାଙ୍କୁ ଗିରଫ କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ଅନୁସାରେ, ଏସଆଇ ମାହାଲିଙ୍କ ନାଁରେ ଲାଞ୍ଚ କାରବାର ବହୁ ଅଭିଯୋଗ ରହିଛି । ତେବେ ଏଥିରେ ଅତିଷ୍ଠ ହୋଇ ଦେଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଫଳରେ ଯୋଜନା ମୁତାବକ ଏସଆଇ ପ୍ରସନ୍ନ ମାହାଲିଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଠାରୁ ଲାଞ୍ଚର ୨୦ ହଜାର ଟଙ୍କା ଜବତ କରାଯାଇଛି।